ଇଣ୍ଡଷ୍ଟ୍ରିରେ ଆକାଂକ୍ଷାଙ୍କର ବିତିଗଲାଣି ୧୦ ବର୍ଷ, ଏବେ ମିଳୁଛି ସୁଯୋଗ

Published By : Prameya-News7 Bureau | August 07, 2022 IST

ମୁମ୍ବାଇ ୦୭।୦୮: ଅଭିନୟ ଦୁନିଆରେ କାମ କରିବାର  ୧୦ ବର୍ଷ ବିତିଗଲାଣି । ଟେଲିଭିଜନ୍‌,  ସାଉଥ୍‌ ଓ ବଲିଉଡ୍‌ ଫିଲ୍ମ ମଧ୍ୟରେ ନିଜକୁ ନିୟନ୍ତ୍ରଣ କରି  ଧୀରେ ଧୀରେ ଆଗକୁ ଯାଉଛନ୍ତି  ଅଭିନେତ୍ରୀ ଆକାଂକ୍ଷା ସିଂହ । ସ୍ୱପ୍ନ ପୂରଣ କରିବା ପାଇଁ  ଅଣନିଶ୍ୱାସୀ ହୋଇ ଧାଇଁବା  ବଦଳରେ ଧୀର ଓ ସ୍ଥିର  ଗତିରେ ଆଗକୁ ଯିବାକୁ  ପସନ୍ଦ କରନ୍ତି ବୋଲି  ସେ କହିଛନ୍ତି । ଜଣେ  କଳାକାର ଭାବେ ତାଙ୍କ ପରିଚୟ ବଢୁଛି,  ତାକୁ ନେଇ ଆକାଂକ୍ଷା ଖୁସି ।  ଧୀର ଓ ସ୍ଥିର ବ୍ୟକ୍ତି ରେସ୍‌  ଜିତନ୍ତି । ଏହି ଉକ୍ତିରେ ଆକାଂକ୍ଷା ମଧ୍ୟ ବିଶ୍ୱାସ କରନ୍ତି । ଏହାକୁ ହିଁ  ସେ ଫଲୋ କରନ୍ତି ।  ଭାବପୂର୍ଣ୍ଣ ଓ ଭଲ ଭୂମିକାରେ  ଅଭିନୟ କରିବାକୁ ସେ  ସର୍ବଦା ଇଚ୍ଛୁକ।

ଏବେ  ସେ ପରଦାରେ ଅଧିକ  ନଜର ଆସିବାର ସୁଯୋଗ  ଖୋଜୁଛନ୍ତି । କିନ୍ତୁ  କେବଳ ପରଦାରେ ନଜର  ଆସିବା ପାଇଁ ଯେକୌଣସି  ପ୍ରୋଜେକ୍ଟର ଅଂଶ  ହେବାକୁ ସେ ଚାହାନ୍ତି  ନାହିଁ ।  ଥିଏଟର ପୃଷ୍ଠଭୂମିରୁ  ଆସିଥିବା ଆକାଂକ୍ଷା ଏକ  ନିର୍ଦ୍ଦିଷ୍ଟ ମାଧ୍ୟମରେ ନିଜକୁ ସୀମିତ  ରଖିବାକୁ କଦାପି ଚାହିଁନାହାନ୍ତି ।

ଟିଭି  ଛାଡ଼ିବା ପରେ ସେ ଅଧିକ କାମ ଖୋଜିବା ଆରମ୍ଭ କଲେ ଏବଂ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ  ଭଲ ସୁଯୋଗ ପାଇଲେ । ସିନେ ଇଣ୍ଡଷ୍ଟ୍ରିର  ଲୋକେ ତାଙ୍କୁ ଜଣେ ଟେଲିଭିଜନ୍‌ କଳାକାର  ରୂପେ ନ ଦେଖନ୍ତୁ, ସେଥିରୁ ବାହାରିବା ଲାଗି  ସେ କିଛି ସମୟ ନେଲେ । ଏବେ ସେମାନେ  ତାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ  ଭଲପାଉଛନ୍ତି ଏବଂ ତାଙ୍କୁ ମଜାଦାର  ଚରିତ୍ର ମଧ୍ୟ ଅଫର୍‌ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.