ଭାରତ-ଚୀନ୍‌ ସୀମାରୁ ସୈନ୍ୟ ପ୍ରତ୍ୟାହାର ନୁହେଁ, ଚୀନ୍‌ ପାଖରେ ଆତ୍ମ ସମର୍ପଣ କରିଛନ୍ତି ସରକାର : ଏକେ ଆଣ୍ଟୋନି

Published By : Prameya-News7 Bureau | February 14, 2021 IST

ନୂଆଦିଲ୍ଲୀ, ୧୪/୦୨: ଭାରତ-ଚୀନ୍‌ ସୀମାରୁ ସୈନ୍ୟ ପ୍ରତ୍ୟାହାରକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ରବିବାର ସରକାରଙ୍କ ଉପରେ ବର୍ଷିଛନ୍ତି । ଗଲୱାନ ଘାଟି ଏବଂ ପେଙ୍ଗୋଙ୍ଗ ଝିଲ୍‌ ଅଞ୍ଚଳରୁ ସୈନିକଙ୍କୁ ପଛକୁ ହଟାଇବା ଏବଂ ବଫର୍ ଜୋନ୍ ନିର୍ମାଣ କରିବା ଭାରତୀୟ ଅଧିକାରୀଙ୍କ ଆତ୍ମସମର୍ପଣ ସହିତ ସମାନ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଆଣ୍ଟୋନି ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ଯେତେବେଳେ ଭାରତ ସୀମାରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି ଏବଂ ଦୁଇ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସେହି ସମୟରେ ରକ୍ଷା ବଜେଟ୍‌ରେ ମାମୁଲି ଏବଂ ଅପର୍ଯ୍ୟାପ୍ତ ପରିମାଣର ଟଙ୍କା ମଞ୍ଜୁର କରିବା ଭାରତ ପାଇଁ ଧୋକା ସଦୃଶ ବୋଲି ସେ କହିଛନ୍ତି ।

ସରକାର ଶୁକ୍ରବାରକୁ ଜୋର୍‌ଦେଇ କହିଥିଲେ, ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଚୀନ୍‌ ସହିତ ହୋଇଥିବା ବୁଝାମଣାକୁ ନେଇ ଭାରତ ନିଜ ଶରକୁ ନୁଆଁଇ ନାହିଁ । ଆଣ୍ଟୋନି ଏନେଇ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ରାଷ୍ଟ୍ରୀୟ ସୁରକ୍ଷାକୁ ଯେଉଁ ସମୟରେ ଚୀନ୍‌ ଆକ୍ରମକ ହେଉଛି ଏବଂ ପାକିସ୍ତାନ ପଟରୁ ଆତଙ୍କବାଦ ବୃଦ୍ଧି ପାଇବାରେ ଲାଗିଛି ସେ ସମୟରେ ଉଚିତ୍‌ ପ୍ରାଥମିକତା ଦେଉନାହାନ୍ତି । ଏଥି ସହିତ ସେ କହିଛନ୍ତି ସୀମାରୁ ସୈନିକ ହଟାଇବା ଭଲ କାମ । କିନ୍ତୁ ରାଷ୍ଟ୍ରୀୟ ମର୍ଯ୍ୟାଦାକୁ ହାନି କରି ଏପରି କରିବା ଠିକ୍‌ ନୁହେଁ ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.