ଏନ୍‌ସିପି ଉପରେ ଅଜିତଙ୍କ ଦାବି ପ୍ରସଙ୍ଗ: ପାୱାରଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ

Published By : Prameya-News7 Bureau | July 27, 2023 IST

ମୁମ୍ବାଇ ୨୭/୦୭: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ନିର୍ବାଚନ ଆୟୋଗ ନୋଟିସ୍‌ ଜାରି କରିଛନ୍ତି । ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଏହି ନୋଟିସ୍‌ ଜାରି କରାଯାଇଛି । ଏନ୍‌ସିପିକୁ ନେଇ ନିଜ ପକ୍ଷ ରଖିବା ପାଇଁ ପାୱାରଙ୍କୁ କୁହାଯାଇଛି ।

ସୂଚନା ଥାଉକି, ଅଜିତ ପାୱାର ଜୁନ୍‌ ୩୦ରେ ୪୦ ବିଧାୟକ, ବିଧାନ ପରିଷଦ ଏବଂ ସାଂସଦଙ୍କ ସମର୍ଥନ ସହ ଏନ୍‌ସିପିର ନାମ ଓ ନିର୍ବାଚନୀ ଚିହ୍ନ ଉପରେ ନିଜ ଦାବି ଜାହିର କରିଥିଲେ । ସମସ୍ତଙ୍କ ଦସ୍ତଖତ ଥିବା ସତ୍ୟପାଠ ସେ ଆୟୋଗଙ୍କୁ ପ୍ରଦାନ କରିଥିଲେ । ସେମାନେ ହିଁ ପ୍ରକୃତ ଏନ୍‌ସିପି ବୋଲି ଅଜିତ ଦାବି କରିଥିଲେ ।

ଏହା ପୂର୍ବରୁ ଅଜିତ ନିଜ ଦାଦା ପାୱାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ମହାରାଷ୍ଟ୍ରର ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ସେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ । ଏହାଛଡ଼ା ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନିଲ ପାଟିଲଙ୍କ ସମେତ ୮ ଜଣ ବିଧାୟକ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ । ସେପଟେ ଏନ୍‌ସିପି ଅଧ୍ୟକ୍ଷ ପାୱାର ୯ ବିଧାୟକଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ ପାଇଁ ଦାବି କରିଥିଲେ ।

you can also read...

wp:embed {"url":"https://www.prameyanews7.com/muslim-voter-important-in-next-lok-sabha-election-2024/","type":"wp-embed","providerNameSlug":"prameya-news-7"}
https://www.prameyanews7.com/muslim-voter-important-in-next-lok-sabha-election-2024/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.