ମହାରାଷ୍ଟ୍ର ରାଜନୀତି : ସୁପ୍ରିମକୋର୍ଟ ରାୟ ପରେ ଶରଦ ପାଓ୍ବାର ଓ ସୁପ୍ରିୟା ସୁଲେଙ୍କୁ ଭେଟିଲେ ଅଜିତ ପାଓ୍ବାର

Published By : Prameya-News7 Bureau | November 26, 2019 IST

ମୁମ୍ବାଇ ୨୬।୧୧: ଆସନ୍ତାକାଲି ବିଧାନସଭାରେ ବହୁମତ ପରୀକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାରାଷ୍ଟ୍ର ରାଜନୀତି ତେଜ ହୋଇଯାଇଛି । ମହାରାଷ୍ଟ୍ରରେ ପୱାର ବନାମ ପୱାର ଲଢେଇ । ଶରଦ ପୱାର ବନାମ ଅଜିତ ପୱାରଙ୍କ ପଲିଟିକ୍ସରେ କାହାର ରଣନୀତି ଭାରି ପଡିବ ତାକୁ ଅପେକ୍ଷା ।

{"id":190073,"sizeSlug":"large"}

ବହୁମତ ପରୀକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମହାରାଷ୍ଟ୍ର ରାଜନୀତି ତେଜ ହୋଇ ଯାଇଛି । ଶରଦ ପୱାର ଏବଂ ସୁପ୍ରିୟା ସୁଲେଙ୍କୁ ଭେଟିଛନ୍ତି ଅଜିତ ପୱାର । ଏହି ବୈଠକରେ ପରିବାର ସହ କିଛି ଏନସିପି ନେତା ମଧ୍ୟ ସାମିଲ ଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ମଧ୍ୟ ଭେଟିଛନ୍ତି ଅଜିତ ପୱାର ।

{"id":190074,"width":576,"height":329,"sizeSlug":"large"}

ଅଜିତ ପୱାରଙ୍କୁ ମନେଇବା ଲାଗି ଏନସିପି ନେତାଙ୍କ ଚେଷ୍ଟା ଜାରି ରହିଛି । ଅଜିତଙ୍କୁ ଇସ୍ତଫା ଦେବା ଲାଗି  ଏନସିପି ନେତା କହୁଥିବାର ସୂଚନା ରହିଛି । ତେବେ ଇସ୍ତଫା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବି ବୋଲି  ଅଜିତ ପୱାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.