ମୁମ୍ବାଇ ୨୩।୧୧: ମହାରାଷ୍ଟ୍ରରେ ଆଜି ସକାଳ ସମୟରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ରଜଭବନରେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଏନସିପି ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
{"id":188528,"sizeSlug":"large"}ଶପଥ ଗ୍ରହଣ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ଶିବସେନା ଜନାଦେଶକୁ ଅପମାନିତ କରିଛି । ଲୋକଙ୍କୁ ସ୍ଥାୟୀ ସରକାର ଦରକାର , ଖେଚୁଡି ନୁହେଁ ।
{"id":188530,"sizeSlug":"large"}ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ପାଓ୍ବାର କହିଛନ୍ତି ଯେ, କୃଷକଙ୍କ ପାଇଁ ସରକାର କାମ କରିବ, କୃଷକଙ୍କ ଭଲ ପାଇଁ ଏହି ସରକାର ଗଠନ କରାଯାଇଛି ।
{"id":188531,"width":563,"height":376,"sizeSlug":"large"}ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶପଥ ପାଠ ଗ୍ରହଣ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟରେ କହିଛନ୍ତି ଯେ, “ମୋର ବିଶ୍ବାସ ଯେ ଦୁଇ ନେତା ମହାରାଷ୍ଟ୍ରର ବିକାଶ ପାଇଁ କାମ କରିବେ”
{"id":188532,"sizeSlug":"large"}ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ବିଟ କରି ଉଭୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଶୁଭକାମନା ଜଣାଇଛନ୍ତି । ଟ୍ବିଟରେ କହିଛନ୍ତି ଯେ “ ମୋର ବିଶ୍ବାସ ଯେ ଏ ସରକାର ମହାରାଷ୍ଟ୍ରର ବିକାଶ ଓ କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କରିବା”
{"id":188541,"sizeSlug":"large"}ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାର ଟ୍ବିଟ କରି କହିଛନ୍ତି ଯେ, “ବିଜେପି ସରକାରରେ ସାମିଲ ହେବା ନେଇ କୌଣସି ସୂଚନା ନଥିଲା, ଏହା ଅଜିତ ପାଓ୍ବାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।ଏନସିପିର ଏଥିରେ କୌଣସି ସମର୍ଥନ ନାହିଁ ବୋଲି ଶରଦ ପାଓ୍ବାର କହିଛନ୍ତି ।
{"id":188540,"sizeSlug":"large"}ମହାରାଷ୍ଟ୍ରର ଜନତା ବିଜେପି- ଶିବସେନା ମେଣ୍ଟକୁ ଭୋଟ ଦେଇଥିଲେ , କିନ୍ତୁ ଶିବସନୋ ଜନମତକୁ ଅସମ୍ମାନ କରିଛି ବୋଲି ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ସୂଚନା ଦେଇଛନ୍ତି ।
{"id":188535,"width":579,"height":395,"sizeSlug":"large"}ମହାରାଷ୍ଟ୍ରର ଜନତା ଓ ଦେବେନ୍ଦ୍ର ଫଡନାଭିସଙ୍କୁ ଶୁଭେଚ୍ଛା ଦେବା ସହ ଏହା ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ।
{"id":188539,"sizeSlug":"large"}ସେପଟେ ମହାରାଷ୍ଟ୍ର ରାଜନୀତିର ଚିତ୍ର ବଦଳିଯିବା ପଛରେ ଏନସିପି ନେତା ଅଜିତ ପୱାରଙ୍କ ହାତ ରହିଛି। ଅଜିତ ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନରେ ବଡ଼ ଭୂମିକା ନେଇଛନ୍ତି । ଅଜିତଙ୍କ ଏପରି ପଦକ୍ଷେପ ପରେ ଅଜିତ ବିଶ୍ଵାସଘାତ କରିଛନ୍ତି ବୋଲି ଶିବସେନା କହିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରର ନାଁ ବଦନାମ କରିଛନ୍ତି ଅଜିତ ପାୱାର । ରାତିରେ ଶିବସେନା, କଂଗ୍ରେସ ଏବଂ ଏନସିପିର ମିଳିତ ବୈଠକ ହୋଇଥିଲା। ଏଥିରେ ଅଜିତ ପୱାର ଉପସ୍ଥିତ ଥିଲେ। ତାଙ୍କ ମନରେ ପାପ ଲୁଚିରହିଥିଲା। ସେ ଆମ ସହିତ ଆଖି ମିଶାଇପାରୁ ନ ଥିଲେ। ଶେଷରେ ସେ ଆମ ସହିତ ବିଶ୍ଵାସଘାତକତା କରିଛନ୍ତି। ଶରଦ ପୱାରଙ୍କୁ ବି ସେ ଧୋକା ଦେଇଛନ୍ତି। ମହାରାଷ୍ଟ୍ରକୁ ଅଜିତ ବଦନାମ କରିଛନ୍ତି, ଜନତା ଏହାର ଠିକ୍ ଜବାବ ଦେବେ। ମହାରାଷ୍ଟ୍ରରେ ରାତି ଅନ୍ଧାରରେ ଷଡ଼ଯନ୍ତ୍ର ହୋଇଛି।
{"id":188538,"width":578,"height":356,"sizeSlug":"large"}ରାଜଭବନରେ କ୍ଷମତାର ଦୁରୁପୋଯୋଗ ହୋଇଛି। ରାଜ୍ୟପାଳ ବି ଏହି ଷନଯନ୍ତ୍ରରେ ସାମିଲ ଅଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି।ଅଜିତ ଜଣେ ବିଶ୍ବାସଘାତକ । ରାତିର ଅନ୍ଧକାରରେ ଏଭଳି ଷଡ଼ଯନ୍ତ୍ର ରଚାଯାଇଥିବା କହିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାୱତ । ଏପରିକି ରାଜ୍ୟପାଳ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା କହିଛନ୍ତି ସଞ୍ଜୟ । ରାଜଭବନ ନିଜ ଶକ୍ତିର ଦୂରୁପଯୋଗ କରିଥିବା ମଧ୍ୟ ଅଭିଯୋଗ କରିଛି ଶିବସେନା ।