ପୁତୁରା ଅଜିତ୍‌ଙ୍କ ସହ କାହିଁକି ସିକ୍ରେଟ୍ ମିଟିଂ କରିଥିଲେ ଶରଦ ପାୱାର, ନିଜେ କଲେ ଖୁଲାସା

Published By : Prameya-News7 Bureau | August 13, 2023 IST

ମୁମ୍ୱାଇ: ଅଜିତ୍ ପାୱାରଙ୍କ ସହ ହୋଇଥିବା ସିକ୍ରେଟ୍ ମିଟିଂକୁ ନେଇ ଶରଦ ପାୱାରଙ୍କ ବୟାନ ସାମନାକୁ ଆସିଛି । ଶରଦ ପାୱାର ରବିବାର କହିଛନ୍ତି ଯେ ଏହା କୌଣସି ଗୁପ୍ତ ବୈଠକ ନଥିଲା । ସେ କହିଛନ୍ତି, 'ପୁତୁରାକୁ ଭେଟିବାରେ କଣ ଭୁଲ । ଯଦି ପରିବାରର କୌଣସି ବରିଷ୍ଠ ସଦସ୍ୟ ପରିବାର ଅନ୍ୟ କୌଣସି ସଦସ୍ୟକୁ ଭେଟିବାକୁ ଚାହାନ୍ତି, ତେବେ ଏଥିରେ କଣ ସମସ୍ୟା ରହିଛି'। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାରେ ସାମ୍ୱାଦିକଙ୍କୁ ବୟାନ ଦେଇ ପାୱାର କହିଛନ୍ତି ଯେ ସେ ମୋର ପୁତୁରା ଏବଂ ମୁଁ ପରିବାର ସବୁଠୁ ବରିଷ୍ଠ ସଦସ୍ୟ । ତେଣୁ ଏହି ଆଲୋଚନାକୁ ନେଇ ଅସୁବିଧା କଣ ?

ପଢନ୍ତୁ: ମହାରାଷ୍ଟ୍ରରେ ପୁଣି ହେବ ଖେଳ ? ଶରଦ ପାୱାର ଏବଂ ଅଜିତ୍‌ଙ୍କ ମଧ୍ୟରେ ସିକ୍ରେଟ୍ ମିଟିଂ, ବ୍ୟବସାୟୀଙ୍କ ବଙ୍ଗଳାରେ କଲେ ବୈଠକ

ଶରଦ ପାୱାର ରବିବାର କହିଛନ୍ତି ଯେ ତାଙ୍କ ଦଳ ବିଜେପି ସହ ଯିବ ନାହିଁ । ତେବେ, କିଛି ଶୁଭଚିନ୍ତକ ତାଙ୍କୁ ରାଜି କରାଇବା ପାଇଁ ଉଦ୍ୟମ କରୁଛନ୍ତି । ପାୱାର କହିଛନ୍ତି ଯେ ବିଜେପି ସହ ଏନସିପିର ରାଜନୀତିକ ନୀତି ଫିଟ୍ ବସୁ ନାହିଁ । ସେ କହିଛନ୍ତି, 'ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ମୁଁ କହିବାକୁ ଚାହୁଁଛି ଯେ ମୋର ପାର୍ଟି ବିଜେପି ସହ ଯିବ ନାହିଁ । ବିଜେପି ସହ ଏନସିପି କୌଣସି ନୀତି ଫିଟ୍ ବସିବ ନାହିଁ । ଆମେ ବିଜେପି ସହ କେବେ ମେଣ୍ଟ କରିବୁ ନାହିଁ' ।

ଶରଦ ପାୱାର ନାଁ ନେଇ କହିଛନ୍ତି, 'ଆମଠାରୁ କିଛି ଅଲଗା ଆଭିମୁଖ୍ୟ ଅପଣାଇଛନ୍ତି । ଆମ ଆଭିମଖ୍ୟରେ କିଛି ପରିବରର୍ତ୍ତନ ଆସିବ କି ତାହା ଆମର କିଛି ଶୁଭଚିନ୍ତକ ଦେଖିବାକୁ ଚାହୁଁଛନ୍ତି' । ଏହି କାରଣରୁ ସେମାନେ ଆମ ସହ ସୌହାର୍ଯ୍ୟପୂର୍ଣ୍ଣ ଆଲୋଚନା କରିବା ପାଇଁ ଉଦ୍ୟମ କରୁଛନ୍ତି । ଏନସିପି ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଜନତା ରାଜ୍ୟର ନେତୃତ୍ୱ ମହା ବିକାଶ ଅଘାଡି ହାତକୁ ଦେବେ-ଯେଉଁଥିରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ), ଏନସିପି (ଶରଦ ପାୱାର ଗୋଷ୍ଠୀ) ଏବଂ କଂଗ୍ରେସ ସାମିଲ ରହିଛି ।

Also Read: ‘ନା ଟାୟର୍ଡ, ନା ରିଟାୟର୍ଡ’: ବାଜପେୟୀଙ୍କ ଶବ୍ଦରେ ପୁତୁରା ଅଜିତଙ୍କୁ ଶରଦ ପାୱାରଙ୍କ ଜବାବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.