AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ୭୪ ବର୍ଷ ବୟସରେ ନିଧନ

29/05/2020 at 3:20 PM

ରାୟପୁର ୨୯/୦୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ୭୪ ବର୍ଷ ବୟସରେ ନିଧନ ହୋଇଛି | ହୃଦଘାତରେ ଆକ୍ରାନ୍ତ ହେବାପରେ ସେ ରାୟପୁର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଅଜିତ ଯୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା | ସେ ଗତ ୧୫ ଦିନ ହେଲା ଭେଣ୍ଟିଲେଟରରେ ଥିଲେ | ତାଙ୍କର ମାନସିକ ଗତିବିଧି ମଧ୍ୟ ବହୁତ କମ ଥିଲା | ପାଖାପାଖି ୨୦ ଦିନ ହେଲା ସେ କୋମାରେ ଥିଲେ | ଗତ ୯ ତାରିଖ ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା | ବୁଧବାର ପୁଣିଥରେ ତାଙ୍କୁ ହୃଦଘାତ ହୋଇଥିଲା | ଫଳରେ ଗୁରୁବାର ଦିନ ପରିବାରର ଅନୁମତିକ୍ରମେ ତାଙ୍କୁ ଏକ ବିଶେଷ ଇଞ୍ଜେକ୍ସନ ଦିଆଯାଇଥିଲା |

ମେ ୯ ତାରିଖରେ ଅଜିତ ଯୋଗୀ ତାଙ୍କ ଘର ବଗିଚାରେ ବୁଲୁଥିବା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁର ଦେବେନ୍ଦ୍ର ନଗର ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେହିଦିନ ଠାରୁ ଅଜିତ ଯୋଗୀଙ୍କ ସ୍ଥିତି ଗମ୍ଭୀର ରହିଛି | ଗତ ୧୫ ଦିନ ହେଲା ସେ କୋମାରେ ଅଛନ୍ତି | ଦେଶର ବିଭିନ୍ନ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ସହ କନଫରେନସିଂ ଜରିଆରେ ଆଲୋଚନା କରି ତାଙ୍କର ଉପଚାର କରାଯାଉଛି | ସେ ଗତ ୧୫ ଦିନ ଦେଲା ଭେଣ୍ଟିଲେଟରରେ ଅଛନ୍ତି | ତାଙ୍କ ବ୍ରେନକୁ ଆକ୍ଟିଭ କରିବା ପାଇଁ ତାଙ୍କୁ ମ୍ୟୁଜିକ ଥେରାପି ମଧ୍ୟ ଦିଆଯାଉଛି |

   Related Posts