ନୂଆଦିଲ୍ଲୀ ୨୭/୧୧ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପ ମଧ୍ୟରେ ସମୁଦ୍ରୀ ସୁରକ୍ଷାକୁ ନେଇ ଆଲୋଚନା ହେବ । ସେଥିପାଇଁ ଅଜିତ ଡୋଭାଲ ଶୁକ୍ରବାର ଶ୍ରୀଲଙ୍କାର କଲମ୍ବୋ ଗସ୍ତ କରିଛନ୍ତି । ଏହି ଦୁଇ ଦିନିଆ ଗସ୍ତରେ ସମୁଦ୍ର ସୁରକ୍ଷାକୁ ନେଇ ୩ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।
{"id":368676,"width":582,"height":341,"sizeSlug":"large"}ତେବେ ୬ ବର୍ଷ ପରେ ପୁଣି ଥରେ ଏହି ବୈଠକ ଆୟୋଜନ ହେଉଛି । ଏହା ପୂର୍ବରୁ ୨୦୧୪ରେ ନୂଆଦିଲ୍ଲୀରେ ସମୁଦ୍ର ସୁରକ୍ଷାକୁ ନେଇ ଏହି ୩ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । କଲମ୍ବୋରେ ଥିବା ଭାରତ ଦୂତାବାସ ଟ୍ବିଟ୍ କରି କହିଛି ଯେ, ଭାରତ-ଶ୍ରୀଲଙ୍କା-ମାଳଦ୍ବୀପ ମଧ୍ୟରେ ସମୁଦ୍ର ସୁରକ୍ଷାକୁ ସହଯୋଗକୁ ନେଇ ଆଲୋଚନା ପାଇଁ ଏନଏସଏ ଅଜିତ ଡୋଭାଲ କଲମ୍ବୋ ପହଞ୍ଚି ସାରିଛନ୍ତି । ଶ୍ରୀଲଙ୍କାର ସେନା କମାଣ୍ଡର ସିଲଭା ଶବେଂନ୍ଦ୍ର ଅଜି ଡୋଭାଲଙ୍କୁ ସ୍ବାଗତ କରିଛନ୍ତି । ଶ୍ରୀଲଙ୍କା ସେନା କହିଛି ଯେ, ଡୋଭାଲ ଏବଂ ମାଳଦ୍ବୀପର ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଦିଦି ଆଲୋଚନାରେ ନିଜ ନିଜ ଦେଶର ନେତୃତ୍ବ ନେବେ । ତେବେ ଏହି ବୈଠକରେ ବାଂଲାଦେଶ, ମରିସସ୍ ଏବଂ ସେଚେଲ୍ସର ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ରହିବେ ।
{"id":368677,"sizeSlug":"large"}ହିନ୍ଦ ମହାସାଗର କ୍ଷେତ୍ରରେ ସମନ୍ବିତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଏବଂ ବଞ୍ଚାଇବା ଅଭିଯାନ ପ୍ରଶିକ୍ଷଣ, ସମୁଦ୍ରରେ ବଢୁଥିବା ପ୍ରଦୂଷଣକୁ ରୋକିବାକୁ ପଦକ୍ଷେପ, ଶତ୍ରୁ ପ୍ରବେଶ, ମାଦକଦ୍ରବ୍ୟ ଚୋରା ଚାଲାଣ ଇତ୍ୟାଦିକୁ ଲଗାମ ଲଗାଇବା ଭଳି ଗୁରୁତ୍ବପୁର୍ଣ୍ଣ ବିଷୟରେ ଆଲୋଚନା ହେବ । ବିଦେଶ ମନ୍ତ୍ରାଳୟ ଗୁରୁବାର କହିଥିଲା ଯେ, ଏନଏସଏ ସ୍ତରରେ ତ୍ରିପାକ୍ଷିକ ଆଲୋଚନା ହିନ୍ଦ ମହାସାଗର ଦେଶମାନଙ୍କ ମଧ୍ୟରେ ସହଯୋଗ ବଢାଇବାକୁ ଏଖ ପ୍ରଭାବି ମଞ୍ଚ । ଚଳିତ ବର୍ଷ ଡୋଭାଲଙ୍କର ଏହା ଦ୍ବିତୀୟ ଶ୍ରୀଲଙ୍କା ଗସ୍ତ । ଏହା ପୂର୍ବରୁ ଜାନୁୟାର ମାସରେ ଅଜିତ ଡୋଭାଲ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।