Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

NSA ଅଜିତ ଡୋଭାଲ ମଧ୍ୟ ଡରନ୍ତି ! ନିଜର ଭୟ ସମ୍ପର୍କରେ ରଖିଲେ ଖୋଲା ମତ

10/03/2023 at 10:09 PM

ନୂଆଦିଲ୍ଲୀ ୧୦।୩: ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ବିଶ୍ୱର ନାମୀଦାମୀ ଗୁପ୍ତଚରଙ୍କ ମଧ୍ୟରେ ଗଣାଯାଏ। କେବଳ ଏତିକି ନୁହେଁ ସୁରକ୍ଷା ବିଶେଷଜ୍ଞମାନେ ଡୋଭାଲଙ୍କ ଭଳି ଜଣେ ଚତୁର ଶକ୍ତିଶାଳୀ ପୁରା ଏସିଆରେ ବିରଳ ବୋଲି କୁହନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗ ହେଉ କି ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିବା ଘଟଣା ହେଉ, ସବୁ ବଡ଼ ବଡ଼ ମାମଲାରେ ଅଜିତ ଡୋଭାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ହେଲେ ଏପରି ଜଣେ ଶକ୍ତିଶାଳୀ ଗୁଇନ୍ଦାଙ୍କୁ ମଧ୍ୟ ଡର ଲାଗେ। ଆଶ୍ଚର୍ଯ୍ୟ ହେଉଛନ୍ତି କି ? ସେ ନିଜେ ଏହା କହିଛନ୍ତି।

ଅଜିତ ଡୋଭଲ ମଧ୍ୟ ଡରନ୍ତି! ହେଲେ କିଛି ବଡ଼ ଧମାକା କରିବା ପରେ ତାଙ୍କୁ ଡର ଲାଗେ।   ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଖୁବ୍ ଭାଇରାଲ ହେଉଛି। ଏହି କ୍ଲିପ୍‌ରେ ଅଜିତ ଡୋଭାଲ ସମସ୍ତଙ୍କ ଡର ସହ ନିଜର ଡର ସମ୍ପର୍କରେ ମଧ୍ୟ ଖୋଲାଖୋଲି କହିଛନ୍ତି। ଏନଏସଏ ଡୋଭଲ କହନ୍ତି ବିପଦ ସମସ୍ତଙ୍କ ପାଇଁ ରହିଛି। ଏଣୁ ସମସ୍ତଙ୍କୁ ଭୟ ଲାଗିବା ସ୍ୱଭାବିକ। ତେବେ ଡର ଲାଗିବାର ଏକ ଟାଇମିଂ ଅଛି ବୋଲି ସେ କହିଛନ୍ତି। କେତେକଙ୍କୁ ଘଟଣା ପୂର୍ବରୁ ଡର ଲାଗେ ତ ଆଉ କେତେକଙ୍କ ଘଟଣା ବେଳେ, ଏମିତି ବି ଲୋକେ ଅଛନ୍ତି ଯେଉଁମାନେ ଘଟଣା ପରେ ଡରିଥାନ୍ତି ବୋଲି କହିଛନ୍ତି।

ତିନିପ୍ରକାରର ଏହି ଡର ମଧ୍ୟରୁ ଡୋଭାଲ  ନିଜକୁ ତୃତୀୟ ପ୍ରକାରର ଡରୁଆ। ଅର୍ଥାତ ଘଟଣା ଘଟି ସାରିବା ପରେ ତାଙ୍କୁ ଡରଲାଗେ, ’ଏବେ କଣ ହୋଇଥାନ୍ତା’? ଘଟଣା ଘଟି ସାରିବା ପରେ ସେ ଭାବିଥାନ୍ତି। ସେ କହିଛନ୍ତି ଯେ ଘଟଣା ପୂର୍ବରୁ ମୋ ମୁଣ୍ଡରେ ସେ କଥା ପଶେ ନାହିଁ ଏଥିରେ ମୋ ପାଇଁ କେତେ ବିପଦ ରହିଛି। ସହିପରି ଘଟଣା ବେଳେ ସବୁ ଧ୍ୟାନ ମୋର ଘଟଣା ଉପରେ କେନ୍ଦ୍ରିତ ଥାଏ। ପୁରା ମସ୍ତିଷ୍କ ଘଟଣା ଉପରେ ଫୋକସଡ ହୋଇଯାଇଥାଏ ଏଣୁ ଘଟଣା ବେଳେ ଆଦୌ ଡର ଲାଗିନଥାଏ। ହେଲେ ଘଟଣା ଘଟି ସାରିବା ପରେ ଯେତେବେଳେ ଘରକୁ ଫେରି, ସିଗାରେଟ୍‌ ଲଗାଇ ମନେ ପକାଏ ଲାଗେ ..ଆରେ ଏବେ କଣ ହୋଇଥାନ୍ତା? ବୋଲି କହିଛନ୍ତି ଡୋଭାଲ।

କୁହାଯାଉଛି ଯେତେବେଳେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ପଦବୀ ନିମନ୍ତେ ସର୍ବପ୍ରଥମେ ହରଦୀପ ପୁରୀଙ୍କ ନାମ ଆସିଥିଲା। ତେବେ ଅରୁଣ ଜୈଟଲୀଙ୍କ ବ୍ୟତୀତ ବିଜେପିରେ ପୁରୀଙ୍କର କେହି ସମର୍ଥକ ନଥିଲେ। ଏଣୁ ଅଜିତ ଡୋଭାଲଙ୍କ ନାମରେ ମୋହର ଲାଗିଥିଲା। ତେବେ ଏହାର ଅର୍ଥ ଏହା ନୁହେଁ ଯେ ଡୋଭାଲ ବିଜେପିର ପସନ୍ଦ ଥିଲେ। ଦେଶରେ କଂଗ୍ରେସ ଶାସନ କାଳରେ ତାଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋର ମୁଖ୍ୟ କରାଯାଇଥିଲା।

କୁହାଯାଉଛି ଭାରତର ସୁରକ୍ଷା ପରାମର୍ଶଦାତା ଏନ.କେ.ନାରାୟଣନ ସବୁ ବେଳେ କୁହନ୍ତି ଯେବେ କୌଣସି ମାମଲାରେ ନରମ ନୀତି ଅବଲମ୍ବନ କରିବାକୁ ପଡେ ସେତେବେଳେ ମୁଁ ଅମରଜିତ ସିଂହ ଦୁଲକଙ୍କୁ ଆଗକୁ କରିଦେଇଥାଏ। ହେଲେ ଯେତେବେଳେ ମୋତେ ବାଡିରେ କାମ କରିବାକୁ ପଡେ ସେତେବେଳେ ଡୋଭାଲଙ୍କୁ ଖୋଜେ। ଏଥିରୁ ଡୋଭାଲ କେତେ ଦୁଃସାହାସୀ ତାହା ସହଜରେ ଅନୁମାନ କରାଯାଇପାରେ। ହେଲେ ସେ ମଧ୍ୟ ଡରନ୍ତି ବୋଲି ପ୍ରଥମ ଥର କହିଛନ୍ତି। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

   Related Posts