ବିଶ୍ୱକପ୍‌ ୨୦୨୩ ପ୍ରସ୍ତୁତି : ଓ୍ୱେଷ୍ଟଇଣ୍ଡିଜ୍‌ ଯିବେ ମୁଖ୍ୟ ଚୟନକର୍ତ୍ତା, ଅଧିନାୟକ ଏବଂ କୋଚ୍‌ଙ୍କ ସହ କରିବେ ଆଲୋଚନା

Published By : Prameya-News7 Bureau | July 19, 2023 IST

ମୁମ୍ବାଇ ୧୯।୦୭ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । ସବୁ ଦଳ ନିଜ ନିଜର କସରତ ଆରମ୍ଭ କରିସାରିଲେଣି । ଏହିକ୍ରମରେ ଭାରତ ମଧ୍ୟ ପଛରେ ନାହିଁ । ବିଶ୍ୱକପ୍‌ ପୂର୍ବରୁ କିପରି ଟିମ୍‌ ରହିବ ଏବଂ କେଉଁ ଖେଳାଳିମାନଙ୍କୁ ଚୟନ କରାଯିବ । ସେନେଇ ଭାରତୀୟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ଖବର ଅନୁଯାୟୀ, ଭାରତୀୟ ଟିମ୍‌ ଏବେ ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛନ୍ତି । ଦୁଇ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାସରିଛି ।ଗୁରୁବାର ସିରିଜ୍‌ର ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଭାରତୀୟ ଟିମ୍‌ ନିଜର ପ୍ରସ୍ତୁତି ଜୋରଦାର ରଖିଛି । ତେବେ ଭାରତୀୟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଖୁବଶୀଘ୍ର ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିବେ । ସେଠାରେ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ରାହୁଲ ଦ୍ରାବିଡ୍‌ଙ୍କ ସହିତ ଆଲୋଚନା କରିବେ। ଆଗାମୀ ବିଶ୍ୱକପ୍‌ରେ କୋର ଟିମ୍‌ ନେଇ ଉଭୟ ( ଅଧିନାୟକ-କୋଚ)ଙ୍କ ସହ ଆଲୋଚନା କରିବେ ଅଜିତ ଅଗରକର । ତେବେ ଅଜିତ ଅଗରକରଙ୍କ ଗସ୍ତ ନେଇ ସବିଶେଷ ତଥ୍ୟ ମିଳିନାହିଁ । କେବଳ ଜାତୀୟ ଗଣମାଧ୍ୟମରେ ହେଉଥିବା ଏପରି ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିପାରନ୍ତି ଅଜିତ ଅଗରକର ବୋଲି ସୂଚନା ମିଳିଛି ।   

ସୂଚନାଯୋଗ୍ୟ ଯେ, ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଅକ୍ଟୋବର ୫ରୁ ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍‌ ଭାଗ ନେବେ । ବିଶ୍ୱକପ୍‌ ୨୦୨୩ରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ।

ସୂଚନାଯୋଗ୍ୟ ଯେ, ୨୦୨୩ ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଛି କ୍ରୀଡାସୂଚୀ । ୪୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ ଏହି କ୍ରିକେଟ୍‌ ମହାକୁମ୍ଭ । ଅଭ୍ୟାସ ମ୍ୟାଚକୁ ମିଶାଇ ମୋଟ ୧୨ ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍‌ । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ । ତେବେ ମୋହାଲି, ନାଗପୁର, ରାଞ୍ଚି, ରାଜ୍‌କୋଟ, ଇନ୍ଦୋର ପରି ହାଇପ୍ରୋଫାଇଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ବିଶ୍ୱକପ୍‌ର ଗୋଟିଏ ହେଲେ ମ୍ୟାଚ୍‌ର ଆୟୋଜନ ମିଳିନାହିଁ ।

wp:embed {"url":"https://www.prameyanews7.com/2023-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2023-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.