ଖରାପ ଫର୍ମ ସତ୍ତ୍ୱେ ସେଞ୍ଚୁରିଆନରେ କମାଲ କଲେ ରାହାଣେ, ବ୍ୟାଟିଂ ସମୟରେ ମୁହଁରେ ଥିଲା ଗୋଟିଏ ଶବ୍ଦ

Published By : Prameya-News7 Bureau | December 27, 2021 IST

ନୂଆଦିଲ୍ଲୀ ୨୭/୧୨: ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଆରମ୍ଭରୁ ଭଲ କରିଥିଲା । ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନମାନେ ପ୍ରଥମ ଦିନରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ଖାସ କରି କେ.ଏଲ୍ ରାହୁଲ ଚମତ୍କାର ଶତକ ହାସଲ କରିଥିଲେ । ତେବେ ଏହି ମ୍ୟାଚର ଆଉ ଏକ ଖାସିୟତ ଥିଲା କି, ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ଆଜିଙ୍କ୍ୟା ରାହାଣେ ମଧ୍ୟ କମାଲ କରିଥିଲେ ।

wp:html /wp:html

ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ରାହାଣେ ୪୦ ରନ କରି ଅପରାଜିତ ଥିଲେ । ଯେଉଁଥିରେ ସେ ୮ଟି ଚୌକା ମାରିଥିଲେ । ୪୦ ରନ୍ ମଧ୍ୟରୁ ୩୨ରନ କେବଳ ବାଉଣ୍ଡରୀରୁ ଥିଲା । ହେଲେ ବିଶେଷ କଥାଟି ହେଲା ଯେତେବେଳେ ରାହାେ ବ୍ୟାଟିଂ କରୁଥିଲେ, ସେତେବେଳେ ସେ ବାରମ୍ବାର କିଛି କହୁଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

wp:html /wp:html

ଭିଡିଓରେ ରାହାଣେ ବାରମ୍ବାର ବ୍ୟାଟିଂ କରୁଥିବା ବେଳେ କେବଳ ବୋଲର ବଲକୁ ଫୋକସ କରୁଥିଲେ । ଦେଖନ୍ତୁ କିପରି ଭିଡିଓରେ ସେ ବାରମ୍ୱାର କହୁଛନ୍ତି ଯେ, 'ଓ୍ୱାଚ୍ ଦ ବଲ୍ , ଓ୍ୱାଚ୍ ଦ ବଲ୍' ବୋଲି ବାରମ୍ବାର କହୁଥିଲେ । କାରଣ ସାଉଥ ଆଫ୍ରିକାରେ ପିଚରେ ବଲ୍ ମଧ୍ୟ ଦ୍ରୁତ ଗତିରେ ଆସେ ଏବଂ ସୁଇଙ୍ଗ କରେେ । ଯାହାକି ଜଣେ ବ୍ୟାଟ୍ସମ୍ୟାନ୍ ପକ୍ଷେ ଖେଳିବା ସହଜ ନୁହେଁ । ଖାସ୍ କରି ରାହାଣେଙ୍କ କ୍ଷେତ୍ରରେ ।

କାରଣ ସେ ଗତ କିଛିଦିନ ହେବ ନିଜର ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି । ତେବେ ରାହାଣେ ବ୍ୟାଟିଂ କରୁଥିବା ସମୟରେ ଖେଳରେ ନିଜର ଏକାଗ୍ରତା ବଢାଇବାକୁ କିଛି ଏପରି କରିଥିଲେ । ଯାହାକି ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି । ସେଥିପାଇଁ ବିରାଟ କୋହଲି ଆଉଟ ହେବା ପରେ ରାହାଣେ ରାହୁଲଙ୍କ ଖୁବ ସାଥ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.