AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଦ୍ଵିଶତକ ହାସଲ କଲେ ଆଜିଙ୍କ୍ୟ ରାହାଣେ, ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ଦାବି ଜାହିର କଲେ

21/12/2022 at 5:12 PM

ନୂଆଦିଲ୍ଲୀ: ଭାରତୀୟ ଦଳର ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେ ଦୀର୍ଘ ସମୟ ପରେ ଲୟକୁ ଫେରିଛନ୍ତି। ଟେଷ୍ଟ କ୍ରିକେଟ୍‌ର ଭଲ ବ୍ୟାଟସମ୍ୟାନ କୁହାଯାଉଥିବା ରାହାଣେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଆଉ ଏକ ଦ୍ଵିଶତକ ହାସଲ କରିଛନ୍ତି। ଭାରତୀୟ ଟେଷ୍ଟ ଦଳରୁ ବାହାରେ ଥିବା ରାହାଣେ ନିଜର ଏହି ଦମଦାର ଇନିଂସ ଜରିଆରେ ପୁଣି ଥରେ ଭାରତୀୟ ଦଳରେ ସାମିଲ୍ ପାଇଁ ନିଜର ଦାବିଦାର ଉପସ୍ଥାପନ କରିଛନ୍ତି। ହେଲେ ଏବେ ମଧ୍ୟ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ  ପଡିପାରେ ଏବଂ ଆହୁରି ବଡ ଇନିଂସ ଖେଳିବାକୁ ପଡିପାରେ।

ଆଜିଙ୍କ୍ୟ ରାହାଣେ ବୁଧବାର ଡିସେମ୍ବର ୨୧ରେ ରଣଜୀ ଟ୍ରଫି ୨୦୨୨-୨୩ର ସିଜିନର ଦ୍ଵିତୀୟ ମ୍ୟାଚ୍‌ରେ ଦ୍ଵିଶତକ ଅର୍ଜନ କରିଛନ୍ତି। ସେ ହାଇଦ୍ରାବାଦ ବିପକ୍ଷ ୨୬୧ ବଲ୍‌ରେ ସେ ୨୦୪ ରନର ଇନିଂସ ଖେଳିଛନ୍ତି। ଏଥିରେ ୨୬ ଚୌକା ଏବଂ ୩ ଛକା ସାମିଲ୍। ଦୀର୍ଘ ସମୟ ପରେ ରାହାଣେଙ୍କ ବ୍ୟାଟ୍‌ରୁ ଶତକ ଦେଖିବାକୁ ମିଳିଛି ଏବଂ  ଏହାକୁ ଦ୍ଵିଶତକରେ ପରିଣତ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ୬୦୦ ରନ କରି ପାରିଛି।

ମୁମ୍ବାଇର ବାନ୍ଦ୍ରା କୁରଲା କମ୍ପ୍ଲେକ୍ସରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦର ଅଧିନାୟକ ତନ୍ମୟ ଅଗ୍ରଓ୍ଵାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଯଶସ୍ଵୀ ଜୟସଓ୍ଵାଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ୧୫୦ ରନରୁ ଅଧିକ ଭାଗିଦାରୀ କରିଥିଲେ। ଏହା ପରେ ରାହାଣେ ଦଳର ଇନିଂସ ସମ୍ଭାଳିଥିଲେ।

   Related Posts