ରାହାଣେ ସେୟାର କଲେ ଝିଅର ମଜାଦାର ଯୋଗ ଭିଡିଓ, ପତ୍ନୀ କହିଲେ-ଏଇଟା ମେଡିଟେସନ୍‌ ନା…

Published By : Prameya-News7 Bureau | June 22, 2022 IST

ନୂଆଦିଲ୍ଲୀ ୨୨।୦୬ : ଭାରତୀୟ କ୍ରିକେଟ୍‌ ଦଳର ଖେଳାଳୀ ଅଜିଙ୍କ୍ୟ ରାହାଣେ । ସେ ତାଙ୍କ ଝିଅର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ସେୟାର କରନ୍ତି । କିନ୍ତୁ ଗତକାଲି ଯୋଗ ଦିବସ ଅବସରରେ ଝିଅର ଏକ ମଜାଳିଆ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

wp:html
/wp:html

୨୧ ଜୁନ୍ ରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ଅଜିଙ୍କ୍ୟ ରାହାଣେ ତାଙ୍କ ଝିଅର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଆର୍ଯ୍ୟ ଯୋଗ କରୁଥିବାର ଦେଖିବାକୁ ମିଳୁଛି। ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ' ଯେମିତିକି ସେ କହୁଛନ୍ତି, ପିଲାଦିନରୁ ଶିକ୍ଷା ଦିଅ । ଝିଅର ଏହି ଭିଡିଓରେ ମା ରାଧିକା ଧୋପାଭକର ମଧ୍ୟ ଯୋଗ ଦେଖିବା ପରେ ହସିବା ବନ୍ଦ କରି ପାରୁ ନାହାନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ୍‌ ହେବା ସହ ଖୁବ୍‌ ପସନ୍ଦ କରାଯାଉଛି ।

ଅଜିଙ୍କ୍ୟ ଏବଂ ରାଧିକା ସେପ୍ଟେମ୍ବର ୨୦୧୪ରେ ବିବାହ କରିଥିଲେ। ୫ ବର୍ଷ ପରେ, ଆର୍ଯ୍ୟ ଅକ୍ଟୋବର ୨୦୨୯ରେ ଜନ୍ମଗ୍ରହଣ କରିଥିଲେ । ଅଜିଙ୍କ୍ୟ ପ୍ରାୟତଃ ତାଙ୍କ ପତ୍ନୀ ଏବଂ ଝିଅ ସହିତ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। କହିବାକୁ ଗଲେ ଅଜିଙ୍କ୍ୟ ଏବଂ ରାଧିକା ପିଲାଦିନରୁ ବହୁତ ଭଲ ବନ୍ଧୁ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.