କିଏ ସମ୍ଭାଳିବେ ୱିପ୍ରୋ କମ୍ପାନୀର ୧.୭୬ ଲକ୍ଷ କୋଟିର ସମ୍ପତ୍ତି : କାହାକୁ ଦାୟିତ୍ୱ ଦେଲେ ଅଜିମ ପ୍ରେମଜୀ, ଜାଣନ୍ତୁ

Published By : Prameya-News7 Bureau | June 07, 2019 IST

ପ୍ରତିଷ୍ଠିତ ଆଇଟି କମ୍ପାନୀ ୱିପ୍ରୋର ମାଲିକ ଅଜିମ ପ୍ରେମଜୀ ଅବସର ଘୋଷଣା କରିଛନ୍ତି । ଅଜିମ ପ୍ରେମଜୀ ୱିପ୍ରୋର ଏକଜେକ୍ୟୁଟିଭ ଚେୟାରମ୍ୟାନ ଏବଂ ପ୍ରବନ୍ଧକ ନିର୍ଦେଶକ ପଦରୁ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିବେ । ଅଜିମ ପ୍ରେମଜୀଙ୍କ ଅବସର ପରେ ତାଙ୍କ ପୁଅ ରିଷଦ ପ୍ରେମଜୀ ଆସନ୍ତା ୫ ବର୍ଷ ପାଇଁ ଏହି ପାଦ ସମ୍ଭାଳିବେ । ଜୁଲାଇ ୩୧ ତାରିଖରୁ ଅଜିମ ପ୍ରେମଜୀଙ୍କ ପୁଅ କମ୍ପାନୀ ସମ୍ଭାଳିବେ ।

{"id":120627}

ରିଷଦ ପ୍ରେମଜୀ କେବଳ ପିତାଙ୍କ ପରିଚୟରେ ପରିଚିତ ନୁହନ୍ତି । ସେ ନିଜେ ବ୍ୟବସାୟ କରି ନାଁ କରିଛନ୍ତି । ୨୦୦୭ ମସିହାରେ ରିଷଦ ପ୍ରେମଜୀ ୱିପ୍ରୋ କମ୍ପାନୀ ସହ ଯୋଡି ହୋଇଥିଲେ । ସେ ଇନଭେଷ୍ଟ ରିଲେସନ ଏବଂ କର୍ପୋରେଟ ଆଫାୟର୍ସ ସହ ଜଡିତ କାମ ଆରମ୍ଭ କରିଥିଲେ । ୱିପ୍ରୋରେ କାମ ଆରମ୍ଭ କରିବା ପୂର୍ବରୁ ସେ ଲଣ୍ଡନର ଏକ ୱେବ୍ କମ୍ପାନୀରେ କାମ କରୁଥିଲେ । ସେ ଜିଇ କ୍ୟାପିଟାଲ ସହ ମଧ୍ୟ କାମ କରିଛନ୍ତି । ୱିପ୍ରୋ ତରଫରୁ ଚାଲୁଥିବା ସାମାଜିକ ଏବଂ ଶିକ୍ଷା ସମ୍ବନ୍ଧୀୟ କାମ ମଧ୍ୟ ଦେଖୁଥିଲେ ।

{"id":120628,"width":582,"height":382}

ରିଷଦ ପ୍ରେମଜୀ ହାୱର୍ଡ ବିଜନେସ ସ୍କୁଲରୁ ଏମବିଏ କରିଛନ୍ତି । ଆମେରିକାର ୱେସଲେୟନ ୟୁନିଭର୍ସିଟିରୁ ଅର୍ଥଶାସ୍ତ୍ରରୁ ସ୍ନାତ୍ତକ କରିଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସେ ଏକ ସ୍ୱତନ୍ତ୍ର କୋର୍ସ ମଧ୍ୟ କରିଛନ୍ତି । ୨୦୧୪ ମସିହାରେ ୱାର୍ଲଡ ଇକୋନୋମିକ ଫୋରମ ରିଷଦଙ୍କୁ ଗ୍ଲୋବଲ ଲିଡର ଭାବେ ସମ୍ମାନିତ କରିଛନ୍ତି । ରିଷଦ ଆଇଟି କମ୍ପାନୀର ସଂଗଠନ ନୈସ୍କମର ଚେୟାରମ୍ୟାନ ମଧ୍ୟ ଥିଲେ ।

{"id":120629}

ରିଷଦ ପ୍ରେମଜୀ ୧.୭୬ ଲକ୍ଷ କୋଟି ଟଙ୍କାର ମାର୍କେଟ କ୍ୟାପ୍ ସମ୍ଭାଳିବେ । ୱିପ୍ରୋ ଦେଶର ୩ୟ ବଡ ଆଇଟି କମ୍ପାନୀ । ପୁରା ଦୁନିଆଁରେ ୱିପ୍ରୋର ଏକ ଲକ୍ଷ ୩୦ ହଜାର କର୍ମଚାରୀ ଅଛନ୍ତି । ୫୪ଟି ଦେଶରେ ୱିପ୍ରୋର ଶାଖା ଅଛି । ୱିପ୍ରୋର ମୁଖ୍ୟ କାର୍ଯ୍ୟାଳୟ ବାଙ୍ଗାଲୁରୁରେ ଅଛି । ୱିପ୍ରୋର ଫାଉଣ୍ଡର ଅଜିମ ପ୍ରେମଜୀ ଜଣେ ଦାନୀ । ଏବର୍ଷ ମଧ୍ୟ ଅଜିମ ପ୍ରେମଜୀ ୱିପ୍ରୋ ଲିମିଟେଡର ୩୪ ପ୍ରତିଶତ ଶେୟାର ଦାନ କରିଛନ୍ତି ।

{"id":120630}

ଏହି ଶେୟାରର ମୁଲ୍ୟ ୫୨,୭୫୦ କୋଟି ଟଙ୍କା । ଅଜିମ ପ୍ରେମଜୀଙ୍କ ପାଖାପାଖି ୫୩ ବର୍ଷ କମ୍ପାନୀ ସମ୍ଭାଳିଛନ୍ତି । ଫୋର୍ବ୍ସ ତାଲିକାରେ ଅଜିମ ପ୍ରେମଜୀ ବିଶ୍ୱରେ ୩୮ତମ ସ୍ଥାନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.