ପତ୍ନୀହନ୍ତାକୁ ଆଜୀବନ ଜେଲ୍, ୫ ବର୍ଷ ତଳେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମାରିଦେଇଥିଲା

Published By : Prameya-News7 Bureau | August 20, 2021 IST

ରାଇରଙ୍ଗପୁର, ୨୦|୦୮: ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ରାଇରଙ୍ଗପୁର-ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ମାଘୁଆ ଗ୍ରାମରେ ୨୦୧୬ ମସିହାରେ ଘଟିଥିବା ଏକ ମାମଲାରେ କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ଶୁଣାଇଛନ୍ତି ।

ସୂଚନାନୁସାରେ, ସ୍ୱାମୀ ଏକ୍ସପ୍ରେସ ସିଂ ପତ୍ନୀ ଗୌରୀ ସିଂଙ୍କ ଚରିତ୍ରକୁ ସନ୍ଦେହ କରି ରାତିରେ ଶୋଇଥିବା ବେଳେ ବେକରେ ଶାଢ଼ୀ ଗୁଡାଇ ହତ୍ୟା କରିଥିଲା। ଅଭିଯୁକ୍ତ ପତ୍ନୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲା ।

ଶୁକ୍ରବାର ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୨୪ ଜଣ ସାକ୍ଷୀ ତଥା ପାରିପାର୍ଶ୍ବିକ ପ୍ରମାଣକୁ ନେଇ ଦଣ୍ଡ ଶୁଣାଇଥିଲେ । କୋର୍ଟ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା ଜରିମାନା ଅନାଦେୟ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.