ବନ୍ଦ କୋଠରୀରେ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା, ତ୍ରିକୋଣୀୟ ପ୍ରେମ ନେଲା କି ଜୀବନ ?

Published By : Prameya-News7 Bureau | March 19, 2023 IST

ଭୁବନେଶ୍ୱର ୧୯।୦୩ : ଲୋକପ୍ରିୟ ଓଡ଼ିଆ ଡ଼ିଜେ ଆଜେକ୍ସଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସ୍ଥିତ ବାସଭବନରେ ଆତ୍ମହତ୍ୟା ଆଜେକ୍ସ । ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ଆଜେକ୍ସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ଭୁବନେଶ୍ବର ଖାରବେଳ ନଗରରେ ଆଜେକ୍ସ ରହୁଥିଲେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ଶନିବାର ବେଡ଼ସିଟରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଶନିବାର ସନ୍ଧ୍ୟାରେ ସେ ଶେଷଥର ପାଇଁ ଘର ସହ କଥା ହୋଇଥିଲେ । ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

ସେପଟେ ଆଜେକ୍ସଙ୍କ ସଂପର୍କୀୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତ୍ରିକୋଣୀୟ ପ୍ରେମ ପାଇଁ ଯାଇଛି ଡିଜେ ଆଜେକ୍ସଙ୍କ ଜୀବନ । ଏକ ଘରୋଇ ମେଡ଼ିକାଲ କଲେଜର ଛାତ୍ରୀଙ୍କୁ ପ୍ରେମ କରିଥିଲେ ଆଜେକ୍ସ। କିନ୍ତୁ ସମ୍ପୃକ୍ତ ଯୁବତୀ ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ମାନସିକ ଚାପରେ ରହି ସେ ଆତ୍ମହତ୍ୟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.