ଇସ୍ତଫା ଦେଲେ ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲଲ୍ଲୁ

Published By : Prameya-News7 Bureau | March 16, 2022 IST

ଲକ୍ଷ୍ନୌ ୧୬।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଲାଗି ପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁ ନିଜକୁ ନୈତିକ ରୂପେ ଦାୟୀ କରିଛନ୍ତି ଓ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଲଲ୍ଲୁ ଏ ନେଇ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ପତ୍ର ଲେଖିଥିବା ବେଳେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକରି ଦଳକୁ ଗ୍ରାମସ୍ତର ପର୍ଯ୍ୟନ୍ତ ପହଞ୍ଚାଇଥିଲେ, ଏହା ସତ୍ତ୍ୱେ ପାର୍ଟିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ବୋଲି ଉଲ୍ଲେଖ କରିଛନ୍ତି। ଏଥିଲାଗି ସେ ନିଜକୁ ଦାୟୀ କରିବା ସହିତ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି।

{"id":600901,"width":839,"height":466,"sizeSlug":"full","linkDestination":"none"}

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରିଛି। ପ୍ରଦେଶ କଂଗ୍ରେସ ସଭାପତି ଲଲ୍ଲୁ ନିଜେ କୁଶିନଗର ତମକୁହି ରାଜ ସିଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏହା କଂଗ୍ରେସର ସବୁଠାରୁ ଶୋଚନୀୟ ପରାଜୟ ବୋଲି ଏବେ କୁହାଯାଉଛି। ଏହା ପରେ ଉତ୍ତରପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପ୍ରିୟଙ୍କା ଭଦ୍ରା ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ କଂଗ୍ରେସର ନେତାଙ୍କ ବୈଠକ ଡାକିଥିଲେ। ଏଥିରେ ହୁଏତ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥାଇପାରେ ବୋଲି ଏବେ ଆଲୋଚନା ହେଉଛି।

{"id":600904,"width":836,"height":836,"sizeSlug":"full","linkDestination":"none"}

ଦେଶର ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ଏଆଇସିସି ପ୍ରଦେଶ କଂଗ୍ରେସ ପୁନର୍ଗଠନ ଲାଗି ଏବେ ବିଚାର କରୁଛନ୍ତି। ଏଥିରେ କେବଳ ୟୁପି ନୁହେଁ ଅନ୍ୟ ୪ ରାଜ୍ୟର ପ୍ରଦେଶ ସଭାପତିଙ୍କୁ ଏଆଇସିସି କାର୍ଯ୍ୟକାରୀ ସଭାପତି ଇସ୍ତଫା ମାଗିଥିବା କୁହାଯାଉଛି। ତେବେ ଲଲ୍ଲୁ ତାଙ୍କ ଇସ୍ତଫା ପତ୍ରରେ କଂଗ୍ରେସକୁ ଅପ୍ରତ୍ୟାସିତ ପରାଜୟର ସମ୍ମୁଖୀନ ହେବାକୁ ପଡିଥିବା  ଉଲ୍ଲେଖ କରିଛନ୍ତି। ୟୁପିରେ ଲଲ୍ଲୁଙ୍କ ଭଳି ଜଣେ ସାଧାରଣ କର୍ମକର୍ତ୍ତାଙ୍କ ଉପରେ ଭରସା କରି ରାଜ୍ୟ ଦଳ ନିର୍ବାଚନକୁ ଯାଇଥିଲା। ଏଣୁ ହାର ପାଇଁ ସେ ନୈତିକ ଭାବେ ନିଜକୁ ଦାୟି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.