WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଂଗ୍ରେସରେ ବଢ଼ିଲା ଅଜୟ ମାକନଙ୍କ ଦାୟିତ୍ୱ, AICC କୋଷାଧ୍ୟକ୍ଷ ଭାବରେ ହେଲେ ନିଯୁକ୍ତ

1/10/2023 at 8:42 PM

Ajay Maken

ନୂଆଦିଲ୍ଲୀ: AICC କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଅଜୟ ମାକନ। କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଅଜୟ ମାକନଙ୍କୁ ଏଆଇସିସିର କୋଷାଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ତାଙ୍କୁ ପଓ୍ବନ ବଂସଲଙ୍କ ସ୍ଥାନରେ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୋହର ମାରିଛନ୍ତି।

ମାକନଙ୍କ ନିଯୁକ୍ତି ଅନ୍ତରୀଣ ମତଭେଦକୁ ସମାଧାନ, ଦଳର ଏକତାକୁ ମଜବୁତ କରିବା ଏବଂ ରାଜସ୍ଥାନରେ କଂଗ୍ରେସରେ ସ୍ଥିରତା ଆଣିବାକୁ ଏକ ରଣନୀତିକ ପଦକ୍ଷେପ ଭାବରେ ଦେଖାଯାଉଛି। ଦଳର ଜଣେ ନେତାଙ୍କ କହିବା ଅନୁଯାୟୀ ସାଂଗଠନିକ ଅନୁଭବ ଦ୍ବାରା କର୍ମକର୍ତ୍ତାଙ୍କୁ ଶକ୍ତି ମିଳିବ ଏବଂ ଦଳକୁ ମଜବୁତ କରିବ। ଏହି ପଦକ୍ଷେପ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗକୁ ସମ୍ବୋଧିତ କରିବା ଏବଂ ସମାଧାନ କରିବା ପାଇଁ ପାର୍ଟୀର ପ୍ରତିବଦ୍ଧତାକୁ ମଧ୍ୟ ସଙ୍କେତ ଦେଉଛି।

ଆହୁରି ପଢ଼ନ୍ତୁ: ବଢ଼େଇମାନଙ୍କ ସହ ମିଶି କାମ କଲେ ରାହୁଲ ଗାନ୍ଧୀ, ସୋସିଆଲ୍ ମିଡିଆରେ ପୋଷ୍ଟ କରି କ’ଣ ଲେଖିଲେ କଂଗ୍ରେସ ନେତା ଜାଣନ୍ତୁ

ସୂଚନାଥାଉକି, ଅଜୟ ମାକନ ରବିବାର ଛତିଶଗଡ଼ରେ ଅଛନ୍ତି ଏବଂ ସେ ରାୟପୁରରେ କଂଗ୍ରେସ କମିଟିର ସଦସ୍ୟଙ୍କ ସହ ବୈଠକ କରୁଛନ୍ତି। ଏହି ବୈଠକରେ ଆଶାୟୀଙ୍କ ଚୟନକୁ ନେଇ ନିଷ୍ପତ୍ତି ହେବ। ଏହାରି ମଧ୍ୟରେ ଏହି ଘୋଷଣା ହୋଇଛି। ତେବେ ମାକନଙ୍କ ନିଯୁକ୍ତିକୁ ଗେହଲଟଙ୍କ ପାଇଁ ଏକ ଝଟକା ଭାବ​ରେ ଦେଖାଯାଉଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ପାଇଲଟଙ୍କ ଦବଦବା କାଏମ ରହିବ। ପାର୍ଟୀଙ୍କୁ ମାକନଙ୍କ ଉପରେ ବିଶ୍ବାସ ରହଛି। ସେ ପାର୍ଟୀର ଆର୍ଥିକ ଏବଂ ଫଣ୍ଡିଂ ସହ ଜଡ଼ିତ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ମଧ୍ୟ ନେଇପାରିବେ।

ଅଜୟ ମାକନଙ୍କ ରାଜନୀତିକ ଅନୁଭବ:

ଅଜୟ ମାକନଙ୍କ ରାଜନୀତିକ ଅନୁଭବ ବିଷୟରେ କହିବାକୁ ଗଲେ। ୧୯୬୪ ଜାନୁଆରୀ ୧୨ରେ ଜନ୍ମିତ ଅଜୟ ମାକନ କଂଗ୍ରେସର ଜଣେ ଅନୁଭବୀ ରାଜନୀତିଜ୍ଞ। ସେ ରାଷ୍ଟ୍ରୀୟ ଏବଂ ରାଜ୍ୟ ସରକାର ଉଭୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାମ କରିଛନ୍ତି। ମାକନ ଦୁଇଥର ସଂସଦ ସଦସ୍ୟ (୨୦୦୪-୨୦୧୪) ଏବଂ ତିନି ଥର ଦିଲ୍ଲୀ ବିଧାନସଭା​‌ ସଦସ୍ୟ (୧୯୯୩-୨୦୦୪)ର ସଦସ୍ୟ ଭାବରେ ରହିଥିଲେ। ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟ୍‌ରେ ଅନେକ ପଦ ସମ୍ଭାଳିଛନ୍ତି।

ରାଜ୍ୟ ସ୍ତରରେ ସେ ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ (୨୦୦୩-୦୪) ଥିଲେ, ଯାହା ୩୯ ବର୍ଷରେ ଦେଶର ସବୁଠୁ କମ୍‌ ବୟସରେ ଅଧ୍ୟକ୍ଷ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ସଂସଦୀୟ ସଚିବ ଭାବରେ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ରହିଥିଲେ।

ଆହୁରି ପଢ଼ନ୍ତୁ: ପଞ୍ଜାବରେ ଭାଙ୍ଗିବ କି ଆପ୍ ସରକାର ? କଂଗ୍ରେସର ବଡ଼ ଦାବି ପରେ ମୁଖ୍ୟମନ୍ତ୍ରୀ ମାନ କହିଲେ ସାହସ ଅଛି ତ…

   Related Posts