oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

କଂଗ୍ରେସକୁ ଫେରିଲେ ଝାଡଖଣ୍ଡ କଂଗ୍ରେସର ପୂର୍ବତନ ସଭାପତି, ଆଇପିଏସରୁ ସାଂସଦ ହୋଇଥିବା ଅଜୟ କୁମାର ବର୍ଷେ ତଳେ ଆପ୍‌ରେ ଯୋଗ ଦେଇଥିଲେ

27/09/2020 at 10:13 PM

ରାଞ୍ଚୀ, ୨୭|୦୯:  କଂଗ୍ରେସ ଛାଡି ଏକ ବର୍ଷ ତଳେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ଆଇପିଏସ ଅଫିସର ଡ. ଅଜୟ କୁମାର ପୁଣି ଘର ବାହୁଡା କରିଛନ୍ତି । ସେ ଏବେ ଝାଡୁ ଛାଡି ହାତ ଧରିଛନ୍ତି । ରବିବାର ସେ କଂଗ୍ରେସକୁ ଫେରିଛନ୍ତି ।

ଅଜୟ କୁମାର କଂଗ୍ରେସ ଛାଡିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ଝାଡଖଣ୍ଡର କିଛି ନେତାଙ୍କ ବିରୋଧରେ ବିଷୋଦଗାର କରିଥିଲେ । ଦଳର ଅନେକ ବରିଷ୍ଠ ନେତା ଅଜୟଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହାସହ କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି ମଧ୍ୟ କହିଥିଲେ । ଏହାସତ୍ୱେ ସେ ଦଳ ଛାଡିଥିଲେ ।  

ଦଳକୁ ଫେରିବା ପରେ ସେ କହିଛନ୍ତି ଯେ, ତାଙ୍କ ଅନ୍ତରାତ୍ମା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କହୁଛି । ତେଣୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ ମହାତ୍ମା ଗାନ୍ଧୀଙ୍କ କିଛି ପରାମର୍ଶକୁ ମଧ୍ୟ ମନେ ପକାଇଛନ୍ତି ।

ସୂଚନାଯୋଗ୍ୟ, ଅଜୟ କୁମାର ଆଇପିଏସରୁ ଇସ୍ତଫା ଦେଇ ସାଂସଦ ହେବା ସହ ଦଳର ସଭାପତି ମଧ୍ୟ ହୋଇଥିଲେ ।

   Related Posts