OTTରେ ରିଲିଜ୍ ଅଜୟଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’, ଏହି ପ୍ଲାଟଫର୍ମରେ ହେଲା ପ୍ରିମିୟର
21/12/2022 at 1:00 PM

ମୁମ୍ଵାଇ ୨୧।୧୨: ବର୍ତ୍ତମାନ ବକ୍ସ ଅଫିସରେ ବଲିଉଡର ଜଣାଶୁଣା କଳାକାର ଅଜୟ ଦେବଗନ। ‘ଦୃଶ୍ୟମ୍ -୨’ ବକ୍ସ ଅଫିସରେ ଏକ ଧମାଲ ସୃଷ୍ଟି କରିଛି। କିନ୍ତୁ ଏହି ଫିଲ୍ମ ପୂର୍ବରୁ ଅଜୟ ଦେବଗାନଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ମଧ୍ୟ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ସୁପରଷ୍ଟାର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମୁଖ୍ୟ ଭୂମିକାରେ ଉପସ୍ଥିତ ଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନାହିଁ । ହେଲେ ବର୍ତ୍ତମାନ, ଯଦି ଆପଣ ଏପର୍ଯ୍ୟନ୍ତ ‘ଥାଙ୍କ ଗଡ’ ଦେଖିନାହାଁନ୍ତି, ତେବେ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମକୁ ଆସିଛି ।
ready to play the game of life? lessgoo 👀#ThankGodOnPrime, watch nowhttps://t.co/uWZD3DEHll pic.twitter.com/3HO4TGbPYx
— prime video IN (@PrimeVideoIN) December 20, 2022
‘ ଥ୍ୟାଙ୍କ ଗଡ’ ଚଳଚ୍ଚିତ୍ରର ଟ୍ରେଲରକୁ ଲୋକମାନେ ପସନ୍ଦ କରିଥିଲେ। କିନ୍ତୁ ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ଆଶା କରାଯାଉଥିବା ପରି ଦର୍ଶକଙ୍କ ଉପରେ କମାଲ କରି ନଥିଲା। ବର୍ତ୍ତମାନ OTT ପ୍ଲାଟଫର୍ମରେ ‘ ଥ୍ୟାଙ୍କ ଗଡ୍ ‘ ରିଲିଜ୍ ହୋଇଛି। ଆମାଜନ ପ୍ରାଇମ ଭିଡିଓ ମଙ୍ଗଳବାର ଅର୍ଥାତ୍ ଗତକାଲି ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ରିଲିଜ୍ ବିଷୟରେ ସୂଚନା ଦେଇଥିଲେ।
ଡିସେମ୍ବର ୨୦ ଅର୍ଥାତ୍ ମଙ୍ଗଳବାର ଅଜୟଙ୍କ ‘ ଥ୍ୟାଙ୍କ ଗଡ’ର ଅନଲାଇନ୍ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡିଓରେ କରାଯାଇଛି। ଯଦି ଆପଣଙ୍କର ଆମାଜନ ପ୍ରାଇମ ସବସ୍କ୍ରିପସନ୍ ଅଛି, ତେବେ ଆପଣ ମାଗଣାରେ ଘରେ ବସି ଏହି ଚଳଚ୍ଚିତ୍ରକୁ ସହଜରେ ଉପଭୋଗ କରିପାରିବେ।