ଦିନେ ଏମିତି ଦିଶୁଥିଲେ ଅଜୟଙ୍କ ଲାଡ୍‌ଲି ନ୍ୟାସା, ଏବେ ଲାଇମ୍‌ ଲାଇଟ୍‌ରେ ରହିବାକୁ ଖୁବ୍‌ ପସନ୍ଦ

Published By : Prameya-News7 Bureau | January 04, 2023 IST

ମୁମ୍ଵାଇ ୦୪।୦୧: କାଜୋଲ ଏବଂ ଅଜୟ ଦେବଗାନଙ୍କ ଲାଡଲୀ ଝିଅ ନ୍ୟାସା ଦେବଗନ। ସେହି ଷ୍ଟାର ପିଲାମାନଙ୍କ ମଧ୍ୟରୁ ଜଣେ । ଯିଏ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କୁ ବୋଧ ହୁଏ ଲାଇମଲାଇଟ୍‌ରେ ରହିବାକୁ ପସନ୍ଦ।  ୧୯ ବର୍ଷୀୟ ନ୍ୟାସା ତାଙ୍କ ଷ୍ଟାଇଲ ଏବଂ ଫ୍ୟାଶନ୍ ସେନ୍ସ ପାଇଁ ଅନେକ ସମୟରେ ଆଲୋଚନାକୁ ଆସନ୍ତି। ନିକଟରେ ସେ ଛୁଟିକାଟିବା ପାଇଁ ଦୁବାଇ ଯାଇଥିଲେ। ଯେଉଁଠାରୁ ତାଙ୍କର କିଛି ପାର୍ଟୀର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ଏହି ଫଟୋ ଗୁଡିକରେ ନ୍ୟାସା ଖୁବ୍‌ ହଟ୍‌ ଗ୍ଲାମରସ୍‌ ଅବତାରରେ ନଜର ଆସିଥିଲେ।

ନ୍ୟାସା ତାଙ୍କ ବନ୍ଧୁ ଅର୍ହାନଙ୍କ ସହ ନୂଆ ବର୍ଷ ପାର୍ଟୀ ଉପଭୋଗ କରିଥିଲେ। ପାର୍ଟିରେ ନ୍ୟାସା ଅତ୍ୟନ୍ତ ଗ୍ଲାମରସ୍ ଓ ହଟ୍‌ ଦେଖାଯାଉଥିଲେ । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। କିନ୍ତୁ କାଜୋଲଙ୍କ ଝିଅକୁ ଏସବୁର ଫରକ ପଡୁନାହିଁ। ନ୍ୟାସାଙ୍କ ଏହି ପରିବର୍ତ୍ତନକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କିଛି ସମୟ ପୂର୍ବରୁ, ଏକ ସମ୍ପୂର୍ଣ୍ଣ ଅଣ-ଗ୍ଲାମରସ୍ ଫଟୋ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଶ୍ୟାମଳ ରଙ୍ଗ ସହ ସରଳ ଭାବରେ ଦିଶୁଥିଲେ।  ମୁହଁରେ ନା ମେକ୍‌ଅପ୍‌ ନା ଡ୍ରେସିଂ ସେନ୍ସ ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ଗ୍ଲାମରସ୍ ମେକ୍ ଇନ୍ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲୋକମାନେ ଏହା ମଧ୍ୟ ଅନୁମାନ କରିବା ଆରମ୍ଭ କରି ଦେଇଛନ୍ତି ଯେ ବୋଧହୁଏ ନେସା ତାଙ୍କ ପିତାମାତାଙ୍କ ପରି ବଲିଉଡ ଚଳଚ୍ଚିତ୍ରରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ସେ ତାଙ୍କର ରଙ୍ଗ ଏବଂ ରୂପ ବଦଳାଇଛନ୍ତି । ସେ ଚଳଚ୍ଚିତ୍ରରେ ପ୍ରବେଶ କରନ୍ତି କି ନାହିଁ, ତାହା କେବଳ ସମୟ କହିବ, କିନ୍ତୁ ଅଜୟ ଦେବଗାନ୍ ନିଶ୍ଚିତ ଭାବରେ କହିଥିଲେ ଯେ ତାଙ୍କ ଝିଅ ଚଳଚ୍ଚିତ୍ର ପ୍ରତି ଆଗ୍ରହ ନୁହନ୍ତି। ସେ ରୋଷେଇ କରିବାକୁ ବହୁତ ପସନ୍ଦ କରୁଥିବାରୁ ସେ ଜଣେ ରୋଷେୟା ହେବାକୁ ଚାହାଁନ୍ତି । ବର୍ତ୍ତମାନ ସେ ସିଙ୍ଗାପୁରରେ ମଧ୍ୟ ପାଠ ପଢା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.