ଜୱାନ ପରେ ଘୁଞ୍ଚିଲା ଅଜୟଙ୍କ 'ମୈଦାନ'ର ରିଲିଜ୍‌ ଡେଟ୍‌, ଏହି ଦିନ ସିଲଭର ସ୍କ୍ରିନ୍‌ରେ କରିବ ଧମାଲ

Published By : Prameya-News7 Bureau | May 06, 2023 IST

ମୁମ୍ଵାଇ ୦୬।୦୫: ବଲିଉଡ ଅଭିନେତା ଅଜୟ ଦେବଗନ। ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ନିଜର ସୁନ୍ଦର ଅଭିନୟ ପାଇଁ ଜଣାଶୁଣା ଅଜୟଙ୍କ ଭୋଲା ବକ୍ସ ଅଫିସରେ ବିଶେଷ କିଛି ପ୍ରଦର୍ଶନ କରିପାରି ନଥିଲା।  ଏସବୁ ମଧ୍ୟରେ ଅଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମୈଦାନ ରିଲିଜକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ହଁ ... ଶାହାରୁଖ ଖାନଙ୍କ 'ଜୱାନ' ପରେ ଅଜୟଙ୍କ 'ମୈଦାନ'ର ରିଲିଜ ତାରିଖକୁ ଘୁଞ୍ଚା ଯାଇଛି।

ଖବର ଅନୁଯାୟୀ ଅଜୟଙ୍କ ଫିଲ୍ମ ମୈଦାନ ପୂର୍ବରୁ ଜୁନ୍ ୨୩ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମ ଜୁନରେ ରିଲିଜ୍ ହେବ ନାହିଁ ବୋଲି କୁହାଯାଉଛି। ଏବେ ଅଜୟ ଦେବଗାନଙ୍କ ଫିଲ୍ମକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। କାରଣ ମୈଦାନ ବର୍ତ୍ତମାନ ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବ। ଖବର ଅନୁଯାୟୀ, ଫିଲ୍ମଟି ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ରିଲିଜ୍ ତାରିଖ ପରିବର୍ତ୍ତନ ସମ୍ପର୍କରେ ଅଜୟ କିମ୍ବା ତାଙ୍କ ଫିଲ୍ମ ଟିମ୍‌ ପକ୍ଷରୁ କୌଣସି ଅଫିସିଆଲ୍ ସୂଚନା ଦିଆଯାଇ ନାହିଁ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଜିତ ଶର୍ମା । ଫିଲ୍ମ ମୈଦାନର ରିଲିଜ ତାରିଖର ପରିବର୍ତ୍ତନ ପଛରେ ବିଭିନ୍ନ କାରଣ ଦିଆଯାଉଛି, କୁହାଯାଉଛି ଯେ ଅନେକ ବିଗ୍‌ ବଜେଟ୍‌ ଫିଲ୍ମ ରିଲିଜ୍‌ ହେବାର ଅଛି । ଏଥିପାଇଁ ସ୍ଥଗିତ ରଖାଯାଇଛି। ଏହି ସଂଘର୍ଷକୁ ଏଡାଇବା ପାଇଁ ଅଜୟ ଦେବଗାନଙ୍କ ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଛି। ୭ ସେପ୍ଟେମ୍ବର ରିଲିଜ୍ ପଛରେ କୁହାଯାଉଛି ଯେ ସେ ଦିନ ଜନମାଷ୍ଟମୀ ଛୁଟି ରହିଛି । ତେଣୁ ଫିଲ୍ମଟି ଭଲ କଲେକସନ୍‌ କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.