LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରିଲିଜ୍ ପୂର୍ବରୁ ଧମାଲ କରୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’, ଆଡଭାନ୍ସ ବୁକିଂରୁ କଲାଣି ଏତିକି ରୋଜଗାର…

21/03/2023 at 8:57 AM

ମୁମ୍ବାଇ୨୧।୦୩ : ‘ପଠାନ୍’ ଓ ‘ତୁ ଝୁଟି ମେ ମକାର’ ପରେ ଏବେ ସମସ୍ତଙ୍କ ନଜର ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୋଲା’ ଉପରେ ରହିଛି । ମାର୍ଚ୍ଚ ୩୦ରେ ଏହା ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି । ରବିବାର ଠାରୁ ଆରମ୍ଭ ହୋଇଛି ‘ଭୋଲା’ର ପ୍ରି-ବୁକିଂ । ଅଜୟ, ତବୁଙ୍କ ସହ ଏକ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ । ଯାହା ପରେ ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’ର ଟିକେଟର ଆଡଭାନ୍ସ ବୁକିଂ ଧଡାଧଡ ଆରମ୍ଭ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନଙ୍କ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବାର ୨-୩ ଘଣ୍ଟା ମଧ୍ୟରେ ସାରା ଦେଶରେ IMAX ଏବଂ 4DX ସଂସ୍କରଣ ସହିତ ୧୨୦୦ରୁ ଅଧିକ ଟିକେଟ୍ ବିକ୍ରି ହୋଇଥିଲା । ଫିଲ୍ମଟି ୭ ଲକ୍ଷରୁ ଅଧିକ ଆୟ କରିଛି । ଅନ୍ୟପଟେ ଫିଲ୍ମ ରିଲିଜ୍ ହେବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଆଗକୁ ଆଡଭାନ୍ସ ବୁକିଂ ବଢିବା ନେଇ ଆଶା କରାଯାଇଛି ।

ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’ ହେଉଛି ୨୦୧୯ ତାମିଲ ଫିଲ୍ମ ‘କୈଥୀ’ର ଅଫିସିଆଲ୍ ରିମେକ୍ । ଅରିଜିନାଲ୍ ଫିଲ୍ମକୁ ଲୋକେଶ କନଗରାଜ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କାର୍ଥି । ଅନ୍ୟପକ୍ଷେ, ‘ଭୋଲା’ର କାହାଣୀ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ଦର୍ଶାଯାଇଛି ଯିଏ ୧୦ ବର୍ଷ ଜେଲରେ ରହିବା ପରେ ତାଙ୍କ ଝିଅକୁ ଭେଟିଛନ୍ତି । ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ । ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ମକରନ୍ଦ ଦେଶପାଣ୍ଡେ, ଦୀପକ ଡୋବ୍ରିଆଲ ଏବଂ ଗଜରାଜ ରାଓଙ୍କ ସହ ଅନେକ ଭେଟେରାନ ଷ୍ଟାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବେ ।

   Related Posts