ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

୭ଦିନରେ ୧୦୦କୋଟି  ଅତିକ୍ରମ କଲା ଅଜୟଙ୍କ ‘ଦୃଶ୍ୟମ-୨’, ଜାଣନ୍ତୁ ଏହାର କଲେକସନ୍‌

25/11/2022 at 9:21 AM

ମୁମ୍ଵାଇ ୨୫।୧୧: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନ। ତାଙ୍କ ଫିଲ୍ମ ‘ଦୃଶ୍ୟମ୍-୨’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଫିଲ୍ମ ରିଲିଜ ହେବାର ୭ ଦିନ ମଧ୍ୟରେ ୧୦୦ କୋଟି ଅତିକ୍ରମ କରିଛି। ଏହି ରେକର୍ଡ ସହିତ ଅଜୟଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ‘ଦୃଶ୍ୟମ-୨’ ଚତୁର୍ଥ ଚଳଚ୍ଚିତ୍ର ହୋଇପାରିଛି। ଏଭଳି ପରିସ୍ଥିତିରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ରିଲିଜ୍ ହେବାର ଏକ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ କଲେକସନ କରିଛି।

ଅଜୟଙ୍କ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ଦୃଶ୍ୟମ-୨’ ସପ୍ତାହ ପୂର୍ବରୁ ୧୦୦ କୋଟି ବ୍ୟବସାୟ କରିଥିବା ଫିଲ୍ମ ବିଷୟରେ ଚର୍ଚ୍ଚା ହେଉଛି। ଏଥିରେ ତିନୋଟି ବଡ ଚଳଚ୍ଚିତ୍ର ସାମିଲ୍‌ ହୋଇଛି। ୨୦୧୪ରେ ରିଲିଜ୍‌ ହୋଇଥିବା  ମସିହାରେ ମୁକ୍ତିଲାଭ କରିଥିବା ‘ସିଙ୍ଗହମ୍ ରିଟର୍ନସ୍’ ପ୍ରଥମ ସପ୍ତାହରେ ୧୦୦ ଅତିକ୍ରମ କରିଥିବା ପ୍ରଥମ ଚଳଚିତ୍ର ହୋଇଥିଲା। ଏହା ପରେ, ୨୦୧୭ରେ ଆସିଥିବା ଅଜୟଙ୍କ ‘ଗୋଲମାଲ୍ ରିଟର୍ଣ୍ଣସ୍‌’ ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୧୩୬ କୋଟି ବକ୍ସ ଅଫିସ୍ କଲେକସନ୍‌ କରିଥିଲା ​​।

अजय देवगन ने जारी किया 'Drishyam 2' का फर्स्ट लुक पोस्टर, इस दिन आएगा फिल्म  का टीजर

ଗୋଲମାଲ୍ ରିଟର୍ଣ୍ଣସ୍‌ ଅଜୟଙ୍କ କ୍ୟାରିୟରର ଏକମାତ୍ର ଚଳଚ୍ଚିତ୍ର । ଯାହା ଏକ ସପ୍ତାହରେ ସବୁଠାରୁ ଅଧିକ ଅର୍ଥାତ୍‌ ୧୩୬ କୋଟି ରୋଜଗାର କରିଥିଲା। ଏହା ପରେ, ୨୦୨୦ମସିହାରେ ମୁକ୍ତିଲାଭ କରିଥିବା ଅଜୟଙ୍କ ‘ତାନହାଜୀ – ଦ ଅନସଙ୍ଗ ୱାରିଅର୍’ ମଧ୍ୟ ପ୍ରଥମ ସପ୍ତାହରେ ୧୧୫ କୋଟି ସଂଗ୍ରହ କରିଥିଲା। ଏଭଳି ପରିସ୍ଥିତିରେ, ରିଲିଜ୍ ହେବାର ମାତ୍ର ୭ ଦିନ ମଧ୍ୟରେ ବକ୍ସ ଅଫିସରେ ୧୦୪ କୋଟି ରୋଜଗାର କରି ‘ଦୃଶ୍ୟମ-୨’ ଆଶ୍ଚର୍ଯ୍ୟଜନକ କଲେକସନ୍‌ କରୁଛି।

ବକ୍ସଅଫିସ୍‌ରେ ଅନେକ ରେକର୍ଡ ସୃଷ୍ଟି କଲାଣି। ବର୍ତ୍ତମାନ ୨୦୨୨ ମସିହାରେ ୧୦୦ କୋଟି ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ତାଲିକାରେ ‘ଦୃଶ୍ୟମ-୨’ର ନାମ ମଧ୍ୟ ସାମିଲ୍‌ ହୋଇଛି। କହିବାକୁ ଗଲେ ‘ଗାଙ୍ଗୁବାଇ କାଠିଆୱାଡି’, ‘କାଶ୍ମୀର ଫାଇଲ’ ଏବଂ ‘ଭୁଲ ଭୁଲେୟାଁ-୨’ ହେଉଛି ତିନୋଟି ବଲିଉଡ ଚଳଚ୍ଚିତ୍ର । ଯାହା ଚଳିତ ବର୍ଷ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ସଂଗ୍ରହ କରିଛି। ଏଭଳି ପରିସ୍ଥିତିରେ ଏବେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ସପ୍ତାହ ଶେଷରେ ‘ଦୃଶ୍ୟମ -୨’ ବକ୍ସ ଅଫିସରେ ୧୫୦ କୋଟି ବ୍ୟବସାୟ କରିପାରିବ।

   Related Posts