ମୁମ୍ବାଇ୧୬|୨: ଅଜୟ ଦେବଗନଙ୍କ ଫିଲ୍ମ ତାହ୍ନାଜୀ ସୁପରହିଟ୍ ହେବା ପରେ ଏବେ ସେ ନିଜ ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ଅନେକ ଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଅଜୟ ଦେବଗନଙ୍କ ଅଭିନୀତ ଏକ ସିନେମାର ସିକ୍ବେଲ୍ ତିଆରି ହେବ। ଏହି ସିନେମା ହେଉଛି 'ରେଡ୍-୨'। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଜୟ ଦେବଗନଙ୍କର ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ।
{"id":225178,"sizeSlug":"large"}![](https://www.prameyanews7.com/wp-content/uploads/2020/02/Movie-Review-Raid.jpg)
ଏବେ ଅଜୟ ଦେବଗନଙ୍କ ହାତରେ 'ସୂର୍ଯ୍ୟବଂଶୀ', 'ଛଲାଙ୍ଗ', 'ଦ ବିଗ୍ ବୁଲ୍', 'ଆରଆରଆର୍' , 'ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ' ଏବଂ 'ଚାଣକ୍ୟ' ଭଳି ସିନେମା ରହିଛି। ଏଥିମଧ୍ୟରୁ 'ରେଡ-୨'ଫିଲ୍ମ ବିଷୟରେ ମଧ୍ୟ ଶୁଣିବାକୁ ମିଳିଛି।୨୦୧୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ରେଡ୍ରେ ଅଜୟ ଦେବଗନଙ୍କ ସହ ଇଲିଆନା ଡ୍ରି'କ୍ରୁଜ ଏବଂ ସୌରଭ ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
{"id":225179,"sizeSlug":"large"}![](https://www.prameyanews7.com/wp-content/uploads/2020/02/359_sh_ad_ra.jpg)
ଏହା ସୁପରହିଟ୍ ହୋଇଥିଲା। 'ରେଡ-୨'ରେ ପୁଣି ସେହି କଳାକାରମାନଙ୍କୁ ଦେଖିବାକୁ ମିଳିବ ବୋଲି ଜଣାଯାଇଛି। ତେବେ ଏଥର ଦର୍ଶକ 'ରେଡ-୨'ରେ ଏକ ନୂଆ କାହାଣୀ ଦେଖିବାକୁ ପାଇବେ। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଅଭିଷେକ ପାଠକ । ରେଡ୍ ଭଳି ଏହାର ଦ୍ବିତୀୟ ପାର୍ଟ ହିଟ୍ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି।