ବିବାହ ପରେ ମଧ୍ୟ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ ଅଜୟ ଦେବଗନ : ନାଁ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 26, 2019 IST

ମୁମ୍ବାଇ ୨୬/୧: ବଲିଉଡର ସିଙ୍ଘମ୍ ବୋଲାଉଥିବା ଅଜୟ ଦେବଗନ ଆଜି କୈାଣସି ପରିଚୟର ଆବଶ୍ୟକକରୁନାହାନ୍ତି। ସେ ଏବେ ବଲିଉଡର ଜଣେ ନାମୀଦାମୀ ଅଭିନେତା। ସେ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଅଜୟ ଦେବଗନ ବଲିଉଡର ଜଣେ ନାମୀଦାମୀ ଅଭିନେତ୍ରୀ କାଜଲଙ୍କୁ ବିହା କରିଛନ୍ତି। ଏହି ପ୍ରସିଦ୍ଧ ଯୋଡ଼ିଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଏମାନେ ଏବେ ଆନନ୍ଦରେ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। କିନ୍ତୁ ଏପରି ଏକ ଦିନ ଥିଲା ଯେତେବେଳେ ଅଜୟ ଦେବଗନ ବିବାହ ପରେ ବି ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦୁଇଜଣ ଦୀର୍ଘ ଦିନ ଯାଏଁ ପରସ୍ପରକୁ ଡେଟ୍ କରିଥିଲେ। କିନ୍ତୁ ପରେ ସେମାନେ ଅଲଗା ହୋଇଯାଇଥିଲେ।

{"id":78216,"width":598,"height":335}

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ କଙ୍ଗନା ରଣଓ୍ବତ୍। କଙ୍ଗନା ରଣଓ୍ବତ୍ ଏବଂ ଅଜୟ ଦେବଗନ ଫିଲ୍ମ ‘‘ଓ୍ବାନସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’’ର ସୁଟିଂ ସେଟରେ ଭେଟ ହୋଇଥିଲେ। ଏହି ସମୟରେ ଏ ଦୁଇଜଣ ପରସ୍ପରର ନିକଟତର ହୋଇଥିଲେ। ଶୁଣିବାକୁ ମିଳିଥିଲା ଯେ କଙ୍ଗନା ରଣଓ୍ବତ୍ ଏବଂ ଅଜୟ ଦେବଗନ  ପରସ୍ପରକୁ ଡେଟ୍ କରୁଥିଲେ। ଯେତେବେଳେ କାଜଲଙ୍କୁ ଏ ବିଷୟରେ ଜଣା ପଡ଼ିଥିଲା ସେ ଅଜୟଙ୍କୁ କଙ୍ଗନାଙ୍କଠୁ ଦୁରେଇ ରହିବାକୁ ଚେତାବନୀ ଦେଇଥିଲେ। କିଛି ଦିନ ପରେ କଙ୍ଗନା ଏକ ପ୍ରେସ୍ କନଫରେନ୍ସରେ ମାନିଥିଲେ ଯେ ଡଣେ ବିବାହିତ ପୁରୁଷଙ୍କୁ ଡେଟ୍ କରିବା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍ ଥିଲା।

{"id":78217,"width":592,"height":444}

ନିକଟରେ ଅଜୟ ଦେବଗନଙ୍କ ଫିଲ୍ମ ‘‘ଟୋଟାଲ୍ ଧମାଲ’’ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି। ଏହା ଲୋକଙ୍କୁ ଆକୃଷ୍ଟ କରିଛି। ତାଙ୍କ ଫିଲ୍ମ ‘‘ଦେ ଦେ ପ୍ୟାର ଦେ’’ ମଧ୍ୟ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। କଙ୍ଗନାଙ୍କ ଫିଲ୍ମ ‘‘ମଣିକର୍ଣ୍ଣିକା’’ ମଧ୍ୟ ଜାନୁୟାରୀ ୨୫ରେ ରିଲିଜ ହୋଇଛି। ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କ ଆଗାମୀ ଫିଲ୍ମ ମେଣ୍ଟାଲ୍ ଖୁବ୍ ଶୀଘ୍ର ରିଲିଜ ହେବ।

{"id":78218,"width":587,"height":385}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.