Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବ ବ୍ୟାଙ୍କ୍‌ ଅଧ୍ୟକ୍ଷ ଭାବେ ଶୁକ୍ରବାର ଶପଥ ନେବେ ଅଜୟ ବଙ୍ଗା, ୫ ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ପଦ

2/06/2023 at 9:43 PM

ନୂଆଦିଲ୍ଲୀ, ୦୨/୦୬: ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ଜୁନ୍‌ ୨ ଅର୍ଥାତ୍ ଆଜି ବିଶ୍ବ ବ୍ୟାଙ୍କ୍‌ ଅଧ୍ୟକ୍ଷ ଭାବରେ ଶପଥ ନେବେ। ସେ ଏହି ପଦରେ ୫ ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ। ମେ ୩ରେ ବିଶ୍ବ ବ୍ୟାଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ବଙ୍ଗାଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲେ। ଅଜୟ ବଙ୍ଗା ଏହା ପୂର୍ବରୁ ମାଷ୍ଟରକାର୍ଡର ସିଇଓ ପଦରେ ରହିଛନ୍ତି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପଦ ପାଇଁ ମନୋନୀତ କରିଥିଲେ। ସେ ବର୍ତ୍ତମାନର ଅଧ୍ୟକ୍ଷ ଡେଭିଡ୍‌ ମଲପାସଙ୍କ ସ୍ଥାନ ନେବେ।

ଅଜୟ ବଙ୍ଗାଙ୍କ ବିଶ୍ବ ବ୍ୟାଙ୍କର ଅଧ୍ୟକ୍ଷ ଭାବରେ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ରହିବ। ତାଙ୍କ ପାଖରେ ଆର୍ଥିକ ଏବଂ ବିକାଶ କାର୍ଯ୍ୟକୁ ସମ୍ଭାଳିବା​‌ ଅଭିଜ୍ଞତା ରହିଛି। ବଙ୍ଗାଙ୍କୁ ମନୋନୀତ କରିବା ସମୟରେ ବାଇଡେନ କହିଥିଲେ ଯେ ତାଙ୍କୁ ଜଳବାୟୁ ପରିର୍ତ୍ତନ ଭଳି ଚାଲେଞ୍ଜର ସାମ୍ନା କରିବାର ଭଲ ଅନୁଭବ ରହିଛି। ସୂଚନାଥାଉକି, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଡେଭିଡ ମଲପାସଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା ଯାହାପରେ ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପଦ ଛାଡ଼ିବାକୁ ନିର୍ଣ୍ଣୟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଅଜୟ ବଙ୍ଗା ! IIMର ପୂର୍ବତନ ଛାତ୍ର, ଦୈନିକ ଦରମା ୫୨ ଲକ୍ଷ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ

ଅଜୟ ବଙ୍ଗା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ ଏହି ପଦର ଅଧିକାରୀ ହେବାକୁ ଯାଉଛନ୍ତି। ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୧୦ରୁ ୨୦୨୧ ମଧ୍ୟରେ ସେ ମାଷ୍ଟରକାର୍ଡର ସିଇଓ ପଦରେ କାମ କରିଥିଲେ।

ତାଙ୍କର ପୂରା ନାମ ଅଜୟପାଲ ସିଂହ ବଙ୍ଗା। ଏବଂ ତାଙ୍କର ଜନ୍ମ ଭାରତରେ ମହାରାଷ୍ଟ୍ରର ପୁଣେରେ ୧୦ ନଭେମ୍ବର ୧୯୫୯ରେ ହୋଇଥିଲା। ତାଙ୍କ ବାପା ଭାରତୀୟ ସେନାରେ ଲେଫ୍ଟିନାଣ୍ଟ ଜେନେରାଲ ପଦରେ ରହିଥିଲେ। ତାଙ୍କ ପରିବାର ମୂଳତଃ ପଞ୍ଜାବ ଜଳନ୍ଧରର। ଅଜୟ ବଙ୍ଗା ଦିଲ୍ଲୀର ଷ୍ଟିଫେନ୍‌ କଲେଜ୍‌ରୁ ଅର୍ଥନୀତିରେ ଡିଗ୍ରୀ କରିବା ପରେ ଆଇଆଇଏମ ଅହମଦାବାଦରୁ ଏମବିଏ କରିଥିଲେ। ୧୯୮୦ରେ ସେ ନିଜ କ୍ୟାରିୟର ଆରମ୍ଭ ବିଶ୍ବର ବଡ଼ କମ୍ପାନୀ ନେସଲେ ଇଣ୍ଡିଆରୁ କରିଥିଲେ। ୨୦୦୭ରେ ତାଙ୍କୁ ଆମେରିକାର ନାଗରିକତ୍ବ ମଧ୍ୟ ମିଳିଥିଲା। ତାଙ୍କୁ ୨୦୧୬ରେ ଭାରତ ସରକାର ଦ୍ବାରା ଆର୍ଥିକ କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କ୍‌ ଅଧ୍ୟକ୍ଷ, ଜୁନ୍‌ ୨ରୁ ସମ୍ଭାଳିବେ ପଦ

   Related Posts