AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଅଜଣା ରୋଗ ଆତଙ୍କ, ସପ୍ତାହକରେ ଗଲାଣି ୩ ଜୀବନ

10/09/2022 at 10:08 AM

ଜୟପୁର ୧୦/୦୯: ଅଜଣା ରୋଗରେ ସପ୍ତାହକ ମଧ୍ୟରେ ତିନି ଜଣକର ମୃତ୍ୟୁ ଘଟିଛି । ଗ୍ରାମରେ ଏବେ ଆତଙ୍କ ଖେଳିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗ୍ରାମରେ । ତେବେ ଏହି ରୋଗର କାରଣ ଏଯାଏ ଜଣାପଡ଼ି ନାହିଁ । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି । ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛି ।

ପନ୍ଦରରୁ କୋଡ଼ିଏ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି । ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣକୁ ପ୍ରଥମେ ରାମଗିରି ଏବଂ ପରେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ରୋଗୀର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ମଧ୍ୟ ସ୍ୱାସ୍ଥ୍ୟ ଅଣାୟତ୍ତ ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଆଜି ରାମଗିରିରୁ ଏକ ମେଡ଼ିକାଲ ଟିମ୍ କାଣ୍ଡିକିଗୁଡା ଗ୍ରାମରେ ପହଞ୍ଚିଥିଲେ । ଲୋକଙ୍କୁ ଭେଟିବା ପରେ ଦୁଇ ଜଣ ରୋଗୀଙ୍କୁ ରାମଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି ।

ଆସନ୍ତାକାଲି ସାତ ଜଣିଆ ଡ଼ାକ୍ତରୀଦଳ ସେଠାରେ ପହଞ୍ଚିବେ ବୋଲି ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ାକ୍ତର ଅଧିରାଜ ସାହୁ ପ୍ରକାଶ କରିଛନ୍ତି। ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ଯେ, ଗତବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ଛଅ ଜଣକର ମୃତ୍ୟୁ ହୋଇଯାଇଛି। ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରିଛନ୍ତି ।

୪୫ ଘର ବିଶିଷ୍ଟ ୧୯୪ ଜନସଂଖ୍ୟା ରହିଥିବା ଗ୍ରାମରେ ଦୁଇ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳେଇ ଦେଇଛି । ତେବେ ଶିକ୍ଷା ଏବଂ ସଚେତନତାର ଅଭାବ ସାଙ୍ଗକୁ ଗୁଣି ଗାରିଡି ଭଳି ଅନ୍ଧବିଶ୍ୱାସ ଉପରେ ନିର୍ଭର କରୁଥିବା ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ସହ ରୋଗର ମୂଳ କାରଣ ଖୋଜି ବାହାର କରିବା ଏବଂ ଏଦିଗରେ ଲୋକଙ୍କୁ ସଚେତନ କରିବା ନିହାତି ଜରୁରୀ ହୋଇପଡିଛି ।

   Related Posts