suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ହଳଦୀକୁଣ୍ଡରେ ଅଜଣା ରୋଗ ଆତଙ୍କ, ସପ୍ତାହକରେ ଗଲାଣି ୫ ଜୀବନ

9/09/2022 at 3:23 PM

ମାଥିଲୀ ୦୯/୦୯: ମହାମାରୀ ରୂପ ନେଉଛି ଅଜଣା ରୋଗ । ସପ୍ତାହ ମଧ୍ୟରେ ୫ ଟପିଲାଣି ମୃତ୍ୟୁ ସଂଖ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡରେ ଏବେ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁବରଣ କଥୁଛନ୍ତି ଗ୍ରାମବାସୀ ।

ଏବେବି ଗାଁରେ ପାଖାପାଖି ୧୦ ଜଣ ଆକ୍ରାନ୍ତ ରହିଛନ୍ତି । ହେଲେ ଅନ୍ଧବିଶ୍ୱାସ ର ବଶବର୍ତ୍ତି ହୋଇ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖରେ ଝଡ଼ାଫୁଙ୍ଖାର ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଟକଲିଗୁଡ଼ା,ବାମନଗୁଡ଼ା ଗାଁରେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁଲୋକ ।

ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାଇ ୪ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନେବାରେ ସଫଳ ହୋଇଛି । ସମସ୍ତଙ୍କ ରକ୍ତନମୂନା ସଂଗ୍ରହ କରି ଘଟଣାର ତଦନ୍ତ କରୁଛି ସ୍ବାସ୍ଥ୍ୟବିଭାଗ । ତେବେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ଏବଂ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହେଊଥିବା ସଂନ୍ଦେହ କରାଯାଉଛି ।

   Related Posts