ଝାଉଁବଣରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
14/08/2020 at 9:48 AM

କୋଣାର୍କ୧୪/୮: ରାସ୍ତାକଡ଼ ଝାଉଁବଣରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ। ପୁରୀ ମୁଖ୍ୟ ରାସ୍ତା ପାଖ ଝାଉଁ ଜଙ୍ଗଲରେ ସେହି ବ୍ୟକ୍ତିଙ୍କ ମୃତଦେହକୁ କୋଣାର୍କ ପୋଲିସ୍ ଉଦ୍ଧାର କରିଛି। କୋଣାର୍କ ପୁରୀ ମେରାନଡ୍ରାଇବ୍ ରାସ୍ତା ପାର୍ଶ୍ଵ ଝାଉଁ ଗଛରେ ବ୍ୟକ୍ତି ଜଣଙ୍କ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ କୋଣାର୍କ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ ଚଳାଇଛି l ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ।ସେହି ରାସ୍ତା କଡ଼ରେ ସାଇକେଲ ରଖି ସେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
Related Posts
କାଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି, ୪୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା
15 August 2022