ନୀଳଗିରିରେ ଆଜାଦୀ ଅମୃତ ମହୋତ୍ସବ ପାଳନ, ତ୍ରିରଙ୍ଗା ଶୋଭାଯାତ୍ରା ସହ ଘରେ ଘରେ ଉଡ଼ୁଛି ତ୍ରିରଙ୍ଗା

Published By : Prameya-News7 Bureau | August 13, 2022 IST

ନୀଳଗିରି,୧୩/୮: ଭାରତ ବର୍ଷ ଆଜାଦୀର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଘରେ ଘରେ ତ୍ରିରଙ୍ଗା ଲଗାଇ ଅମୃତ ମହୋତ୍ସଵ ପାଳନ କରୁଛି।ଅନୁରୂପ ଭାବେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ନିଆରା ଢଙ୍ଗରେ ପାଳନ ହେଉଛି ଏହି ଉତ୍ସଵ। ଅଖିଳଭାରତୀୟ ଛାତ୍ର ସଂଗଠନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ଏଥିରେ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସୁକାନ୍ତ କୁମାର ନାୟକ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ସଂଗଠନ, ବିଜେପି ଦଳର କର୍ମୀ, ଯୁବକର୍ମୀମାନେ ସାମିଲ ହୋଇଥିଲେ । ନୀଳଗିରି ସହର ପରିକ୍ରମା କରାଯାଇ ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ସେହିପରି ସାଂସଦ ଶ୍ରୀ ଷଡ଼ଙ୍ଗୀ ମଧ୍ୟ ତାଙ୍କ ବାସଭବନରେ ତ୍ରିରଙ୍ଗା ଟାଙ୍ଗି ଅଞ୍ଚଳବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଟାଙ୍ଗି ଦେଶପାଇଁ ସମ୍ମାନ ଜଣାଇବାକୁ ଆହ୍ୱାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.