ନୀଳଗିରିରେ ‘ଆଜାଦୀ କା ଅମୃତ ମହୋତ୍ସବ’ ନିଆରା ଢଙ୍ଗରେ ପାଳିତ, ଶୋଭାଯାତ୍ରା ସହ ଘରେ ଘରେ ଉଡିଲା ତ୍ରିରଙ୍ଗା

Published By : Prameya-News7 Bureau | August 13, 2022 IST

ନୀଳଗିରି ୧୩।୮: ସ୍ବାଧୀନତାର ୭୫ବର୍ଷ  ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଉଡାଇ ଅମୃତ ମହୋତ୍ସବ ପାଳନ କରୁଛନ୍ତି ଦେଶବାସୀ  । ଅନୁରୂପ ଭାବେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ନିଆରା ଢଙ୍ଗରେ ପାଳନ ହେଉଛି ଏହି ଉତ୍ସବ । ଏହି ଅବସରରେ ଅଖିଳ ଭାରତୀୟ ଛାତ୍ର ସଂଗଠନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଏଥିରେ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସୁକାନ୍ତ କୁମାର ନାୟକ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ସଂଗଠନ, ବିଜେପି ଦଳର କର୍ମୀ, ଯୁବକର୍ମୀମାନେ ସାମିଲ ହୋଇଥିଲେ । ନୀଳଗିରି ସହର ପରିକ୍ରମା କରାଯିବା ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା  । ସେହିଭଳି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ତାଙ୍କ ବାସଭବନରେ ତ୍ରିରଙ୍ଗା ଉଡାଇ ଅଞ୍ଚଳବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡାଇ ଦେଶ ପାଇଁ ସମ୍ମାନ ଜଣାଇବାକୁ ଆହ୍ବାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.