ଏମିତି ଏକ ସମ୍ପ୍ରଦାୟ ଅଛି, ଯେଉଁଠି ବର୍ଷକୁ ୫ ମାସ ବିଧବା ରୁହନ୍ତି ମହିଳା, ସ୍ୱାମୀ ଥାଇ ବି ଲଗାନ୍ତି ନାହିଁ ସିନ୍ଦୂର

Published By : Prameya-News7 Bureau | November 17, 2021 IST

ନୂଆଦିଲ୍ଲୀ ୧୭/୧୧: ଭାରତରେ ସମସ୍ତ ପ୍ରକାର ଧାର୍ମିକ ପରମ୍ପରା, ରୀତିନୀତି ଏବଂ ବିଧି ବିଧାନ ଦେଖିବାକୁ ମିଳିଥାଏ। କେତେକ ପରମ୍ପରା ବହୁତ ଅଦ୍ଭୁତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଅନନ୍ୟ ପ୍ରଥା ବିଷୟରେ କହିବୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବିବାହିତ ଜୀବନଯାପନ କରନ୍ତି ଏବଂ ସେମାନେ ନିଜ ସ୍ୱାମୀଙ୍କ ପାଇଁ ସଙ୍ଖା, ସିନ୍ଦୂର, ମଙ୍ଗଳସୂତ୍ର ପିନ୍ଧି ଶୃଙ୍ଗାର କରନ୍ତି। ଏହା ବିବାହିତ ମହିଳାମାନଙ୍କର ପ୍ରତୀକ ହୋଇଥାଏ। କିନ୍ତୁ ଦେଶରେ ଏପରି ଏକ ସମ୍ପ୍ରଦାୟ ଅଛି, ଯେଉଁଠି ମହିଳାମାନେ ପ୍ରତିବର୍ଷ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ବିଧବା ଭଳି ଜୀବନଯାପନ କରନ୍ତି। ଏହି ସମ୍ପ୍ରଦାୟର ମହିଳାମାନେ ସ୍ୱାମୀ ଜୀବିତ ଥିବା ସତ୍ତ୍ୱେ ପ୍ରତିବର୍ଷ ୫ ମାସ ବିଧବା ପରି ରୁହନ୍ତି।

ଏହି ଅନନ୍ୟ ସମ୍ପ୍ରଦାୟ ହେଉଛନ୍ତି ଗଚ୍ଚୱା ସମ୍ପ୍ରଦାୟ। ପୂର୍ବ ଉତ୍ତରପ୍ରଦେଶରେ ଏହି ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି। ଏହି ସମ୍ପ୍ରଦାୟର ମହିଳାମାନେ ଦୀର୍ଘ ଦିନ ଧରି ଏହି ଅଜବ ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଏଠାକାର ପୁରୁଷମାନେ ପାଞ୍ଚ ମାସ ଖଜୁରୀ ଗଛରୁ ତାଡି ବାହାର କରିବା ପାଇଁ ଯାଆନ୍ତି। ଏହି ସମୟରେ ମହିଳାମାନେ ବିଧବା ପରି ଜୀବନଯାପନ କରନ୍ତି। ସିନ୍ଦୁର କିମ୍ବା ବିନ୍ଦି ଲଗାନ୍ତି ନାହିଁ କି ଶୃଙ୍ଗାର କରନ୍ତି ନାହିଁ।

ଗଚ୍ଚୱା ସମ୍ପ୍ରଦାୟ ତାରକୁହ୍ଲା ଦେବୀଙ୍କୁ ସେମାନଙ୍କର କୁଳଦେବୀ ଭାବରେ ବିବେଚନା କରନ୍ତି ଏବଂ ତାଙ୍କୁ ପୂଜା କରନ୍ତି । ଖଜୁରୀ ଗଛରୁ ତାଡି ବାହାର କରିବା କଷ୍ଟକର କାର୍ଯ୍ୟ ହୋଇଥାଏ। ଖଜୁରୀ ଗଛଗୁଡିକ ବହୁତ ଲମ୍ବା ଏବଂ ସିଧା ହୋଇଥାଏ। ଗଛରେ ଚଢିଥିବା ସମୟରେ, ଯଦି ସାମାନ୍ୟ ତ୍ରୁଟି ହୁଏ, ତେବେ ଜଣେ ବ୍ୟକ୍ତି ଗଛରୁ ଖସିପଡି ମୃତ୍ୟୁ ବରଣ କରିପାରନ୍ତି ।

ସେଥିପାଇଁ ସେମାନଙ୍କ ପତ୍ନୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ କୁଳଦେବୀଙ୍କୁ ପ୍ରାର୍ଥନା କରନ୍ତି ଏବଂ ତାଙ୍କର ସମସ୍ତ ଶୃଙ୍ଗାର ଜିନିଷକୁ ମନ୍ଦିରରେ ରଖନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏପରି କରିବା ଦ୍ୱାରା କୁଳଦେବୀଙ୍କୁ ସନ୍ତୁଷ୍ଟ ହୋଇଥାନ୍ତି, ଯାହାଫଳରେ ତାଙ୍କ ସ୍ୱାମୀ କାମରୁ ନିରାପଦରେ ଫେରିଆସନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.