‘ରାତ୍ ଔର୍ ଦିନ୍’ ର ରିମେକରେ ନର୍ଗିସ୍ ଦତ୍ତଙ୍କ ଭୂମିକାରେ ନଜର ଆସିବେ ଐଶ୍ବର୍ଯ୍ୟା : ଅଭିଷେକଙ୍କ ସହିତ ‘ଗୁଲାପ ଜାମୁନ’ର ମଧ୍ୟ ଆରମ୍ଭ କରିବେ ଶୁଟିଙ୍ଗ୍
30/08/2018 at 11:19 PM

ମୁମ୍ବାଇ ୩୧/୮: ଐଶ୍ବର୍ଯ୍ୟା ରାୟ ବଚ୍ଚନ ଖୁବ୍ ଶୀଘ୍ର ସ୍ବାମୀ ଅଭିଷେକଙ୍କ ସହିତ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗୁଲାପଜାମୁନ’ରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଏହି ଯୋଡ଼ି ଆଠ ବର୍ଷ ପରେ ଏକା ସାଙ୍ଗରେ କାମ କରିବେ। ଏହା ଆଗରୁ ଦୁଇ ଜଣ ମଣି ରତ୍ନମଙ୍କ ଫିଲ୍ମ ‘ରାବଣ’ ରେ ନଜର ଆସିଥିଲେ। ଗତ ତିନି ବର୍ଷ ମଧ୍ୟରେ ୪ଟି ଫିଲ୍ମ କରିସାରିଥିବା ଐଶ୍ବର୍ଯ୍ୟା, ଅଭିଷେକଙ୍କ ସହ ଦ୍ବିତୀୟ ଥର କାମ କରିବାକୁ ନେଇ ଅତ୍ୟନ୍ତ ଉତ୍ସୁକ ଅଛନ୍ତି।