ଆଲିଆଙ୍କ ଗଡ୍‌ ଫାଦର କରଣ, ସବୁ ଅଫର ତାଙ୍କ କୋଳରେ ପଡେ-ଐଶ୍ବର୍ଯ୍ୟା

Published By : Prameya-News7 Bureau | September 08, 2022 IST

ମୁମ୍ଵାଇ ୦୮।୦୯: ଆଲିଆ ଭଟ୍ଟ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଫିଲ୍ମ କ୍ୟାରିୟରର ଶୀର୍ଷରେ ଅଛି। ବିଟାଉନ୍‌ରେ ଜଣେ ମହାନ ଅଭିନେତ୍ରୀ ହେବା ସହ ଏପର୍ଯ୍ୟନ୍ତ ବ୍ୟାକ୍‌ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଉଛନ୍ତି। ରାଜି ଠାରୁ ଗାଙ୍ଗୁବାଇ କାଠିଆୱାଡି ପର୍ଯ୍ୟନ୍ତ ସେ ତାଙ୍କ ଚରିତ୍ର ଦ୍ବାରା ଦର୍ଶକ ମନ କିଣି ନେଇଛନ୍ତି। ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଚଳଚ୍ଚିତ୍ରରୁ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିବା ଚୁଲବୁଲି ଆଲିଆ ଏବେ ବଲିଉଡ୍‌ର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ।

wp:html /wp:html

ନିକଟରେ ଐଶ୍ଵର୍ଯ୍ୟା ରାୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତାହା ଚାରି ବର୍ଷ ପୂରୁଣା ଭିଡିଓ। ଯେଉଁଥିରେ ସେ ଆଲିଆ ଭଟ୍ଟଙ୍କ ବିଷୟରେ କଥାବାର୍ତ୍ତା କିଛି କହୁଥିବାର ଦେଖିବାକୁ ମିଳିଛି। ବାସ୍ତବରେ ଐଶ୍ଵର୍ଯ୍ୟା ରାୟ ତାଙ୍କର କୌଣସି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଐଶ୍ଵର୍ଯ୍ୟା ରାୟ ଆଲିଆ ଭଟ୍ଟଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିଥିଲେ। କହିଥିଲେ କି ଆଲିଆ ଜଣେ ମହାନ ଅଭିନେତ୍ରୀ। କିନ୍ତୁ ତାଙ୍କୁ କରଣ ଜୋହରଙ୍କ ସପୋର୍ଟରୁ ମିଳିଛି। କାରଣ ଆଲିଆଙ୍କୁ ସେ ଫିଲ୍ମରେ ଲଞ୍ଚ କରିଥିଲେ।

ହେଲେ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ସେ ବହୁତ ଆଗକୁ ଯିବା ଉଚିତ୍, ଏହା ଭଲ କିନ୍ତୁ ଆରମ୍ଭରୁ କରଣ ତାଙ୍କୁ ସମର୍ଥନ କରୁଥିବାରୁ ତାଙ୍କର କୌଣସି ଅସୁବିଧା ହୋଇନାହିଁ । ଏହା ବ୍ୟତୀତ ଐଶ୍ଵର୍ଯ୍ୟା କହିଛନ୍ତି ଯେ ସବୁ ଚଳଚିତ୍ର ଆଲିଆ ଭଟ୍ଟଙ୍କ କୋଳରେ ପଡ଼େ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.