ନୂଆଦିଲ୍ଲୀ: ବଲିଉଡ଼ର ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଓ୍ୱାର୍ଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କ ବୈବାହିତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ କିଛି ତାଙ୍କ ପରିବାର ଓ ଛାଡ଼ପତ୍ରକୁ ନେଇ ଆଲୋଚନା ଚାଲିଥିବା ବେଳେ ସରନେମ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଉଭୟ ଏନେଇ କୌଣସି ଅଫିସିଆଲ ଗୋଷଣା କରିନାହାନ୍ତି । କିନ୍ତୁ ଏହାରି ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ।
ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ ଫୋରମରେ ଭାଗ ନେବାକୁ ଯାଇଥିବା ବେଳେ ଇଭେଣ୍ଟରେ କିଛି ଏପରି ହୋଇଥିଲା, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ବଚ୍ଚନ ସରନେମ ନଥିବାରୁ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।
Proud Moment for India ❤️ Aishwarya Rai at Global Womens Forum@DubaiWomenEst#AishwaryaRaiBachchan @lorealparis pic.twitter.com/RllK6ZMXCT
— Raja (@RajaNunia2) November 27, 2024
ଯେତେବେଳେ ଐଶ୍ୱର୍ଯ୍ୟା ମଞ୍ଚକୁ ଆସିଲେ ସେତେବେଳେ ସ୍କ୍ରିନରେ ତାଙ୍କ ନାମ ଏବଂ ବୃତ୍ତି ପ୍ରଦର୍ଶିତ ହୋଇଥିଲା । ଏଥିରେ କେବଳ ଅନ୍ତର୍ଜାତୀୟ ତାରକା 'ଐଶ୍ୱର୍ଯ୍ୟା ରାୟ ବଚ୍ଚନ' ପରିବର୍ତ୍ତେ କେବଳ 'ଐଶ୍ୱର୍ଯ୍ୟା ରାୟ ବଚ୍ଚନ' ଲେଖା ଥିଲା । ଛାଡପତ୍ର ଖବର ଚର୍ଚ୍ଚା ମଧ୍ୟରେ 'ବଚ୍ଚନ' ସରନେମ ହଟାଇବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ପୁଣି ଉଭୟଙ୍କ ସମ୍ପର୍କ ନେଇ ଆଲୋଚନା ଜୋର ଧରିଛି ।