vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

କାନ୍ସର ତୃତୀୟ ଦିନରେ ଐଶ୍ବର୍ଯ୍ୟାଙ୍କ କିଲର ଲୁକ୍‌, ମତୁଆଲା ହେଲେ ଫଟୋଗ୍ରାଫର

20/05/2022 at 8:46 AM

ମୁମ୍ବାଇ ୨୦।୦୫ : କାନ୍ସ ଫିଲ୍ମ ଫେଷ୍ଟିଭାଲର ପୋଷ୍ଟର ଗର୍ଲ ଭାବରେ କହିବାକୁ ଗଲେ , ସେ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ରେଡ୍ କାର୍ପେଟ୍ ରେ ନିଜର ଜଲୱା ଦେଖାଇଛନ୍ତି। ପ୍ରଥମ ଦିନରେ ସମସ୍ତେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମିସ୍ କରିଥିଲେ । ଦୀପିକା ପାଦୁକୋନଙ୍କ ସମେତ ଅନ୍ୟ ସମସ୍ତ ଭାରତୀୟ ଅଭିନେତ୍ରୀଙ୍କ ଲୁକ ପରେ ସମସ୍ତେ କହୁଥିଲେ ଯେ ଐଶ୍ୱର୍ଯ୍ୟା ପ୍ରତ୍ୟେକ ଥର ପରି ଫ୍ୟାଶନ ଆଇକନ୍‌ ଭାବରେ ରେଡ୍‌ କାର୍ପେଟ୍‌କୁ ଓହ୍ଲାଇବେ । ଅଭିନେତ୍ରୀ କାନ୍ସର ଦ୍ୱିତୀୟ ଦିନରେ ଏକ ଧମାଲ୍‌ ଏଣ୍ଟ୍ରି କରିଥିଲେ । ତାଙ୍କ ଲୁକ୍‌ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ । ହେଲେ ଏକ ଇଭେଣ୍ଟରେ ଐଶ୍ୱର୍ଯ୍ୟା ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିଥିଲେ । ଯାହା ଲୋକମାନଙ୍କୁ ପସନ୍ଦ ଆସିନଥିଲା ଏବଂ ଲୋକମାନେ ତାଙ୍କ ମେକଅପ୍ ତାଙ୍କ ପୋଷାକଙ୍କୁ ନେଇ ଖୁବ୍‌ ଟ୍ରୋଲ୍‌ କରିଥିଲେ ।

ହେଲେ ବର୍ତ୍ତମାନ କାନ୍ସର ତୃତୀୟ ଦିନରେ ରେଡ କାର୍ପେଟରେ ପାଦ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାହିଁକି ନା ତାଙ୍କ ଲୁକ୍‌ ଦେଖି ଫଟୋଗ୍ରାଫରମାନେ ମତୁଆଲା ହୋଇଥିଲେ। ତାଙ୍କ ସାମ୍ନାରେ ବହୁତ ପୋଜ ଦେଉଥିବାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଐଶ୍ୱର୍ଯ୍ୟା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ସମସ୍ତେ ତାଙ୍କ ଆଡକୁ ଚାହିଁ ରହିଥିଲେ ।

କହିବାକୁ ଗଲେ ଯେ ପ୍ରତ୍ୟେକ ଥର ପରି ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଆସିବାବେଳେ ସେଠାରେ ନିଜର ସୌନ୍ଦର୍ଯ୍ୟ ବଢାନ୍ତି । କିନ୍ତୁ ଏଥର ତାଙ୍କର ପ୍ରଥମ ଦିନ ଭଲ ନଥିଲା । କିନ୍ତୁ ତୃତୀୟ ଦିନରେ, ସେ ରେଡ୍ କାର୍ପେଟରେ ଷ୍ଟାଇଲିସ୍ ଭାବରେ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଯାହାର ଫଟୋ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

   Related Posts