ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

କୋଟି ସମ୍ପତ୍ତିର ମାଲିକାଣୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ: ଦାମୀ ଗାଡି ଠାରୁ ରହିଛି ବିଳାଶପୂର୍ଣ୍ଣ ବଙ୍ଗଳା

11/03/2023 at 3:01 PM

ମୁମ୍ଵାଇ ୧୧।୦୩: ବଲିଉଡ୍‌ର ସୁନ୍ଦରୀ ଏବଂ ଡିଭା ଐଶ୍ଵର୍ଯ୍ୟା ରାୟ ବଚ୍ଚନ । ସେ  ୧୯୯୧ ମସିହାରୁ ମଡେଲ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଐଶ୍ୱର୍ଯ୍ୟା ଅନ୍ତର୍ଜାତୀୟ ସୁପରମୋଡେଲ୍ ପ୍ରତିଯୋଗିତାରେ ଜିତିଥିଲେ । କେବଳ ଏତିକି ନୁହେଁ, ଐଶ୍ୱର୍ଯ୍ୟା ମିସ୍ ଇଣ୍ଡିଆ ୱାର୍ଲ୍ଡ ଏବଂ ମିସ୍ ୱାର୍ଲ୍ଡ ଭଳି ବଡ ଟାଇଟଲ୍ ସମେତ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଜିତିଛନ୍ତି।

୧୯୯୭ରେ ଐଶ୍ୱର୍ଯ୍ୟା ତାମିଲ ଚଳଚ୍ଚିତ୍ର ଇରୁଭର୍ ସହିତ ଅଭିନୟ ଆରମ୍ଭ କରିଥିଲେ। ଯାହାକି ମଣି ରତ୍ନାମଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ପ୍ରଥମ ଚଳଚ୍ଚିତ୍ର ସହିତ  ଐଶ୍ୱର୍ଯ୍ୟାଙ୍କ ମଧ୍ୟ ସଫଳ ହୋଇଥିଲେ। ଏହା ପରେ, ୧୯୯୮ରେ ସେ ଫିଲ୍ମ ଅର ପ୍ୟାର ହୋ ଗୟା ସହିତ ବଲିଉଡରେ ଡେବ୍ୟୁ କରିଥିଲେ। କେବଳ ତାଙ୍କ ସୌନ୍ଦର୍ଯ୍ୟ ନୁହେଁ ବରଂ ତାଙ୍କ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ । ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟରରେ ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏପରିକି ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ମଧ୍ୟ ଅଟନ୍ତି। ତେବେ ଚାଲନ୍ତୁ ଜାଣିବା ବଲିଉଡ ଡିଭା ବିଷୟରେ କିଛି ଅଜ୍ଞାତ ତଥ୍ୟ ବିଷୟରେ …

Aishwarya Rai Bachchan: ED grills Aishwarya Rai Bachchan for six hours in  Panama Papers leak case; agitated Jaya Bachchan 'curses' BJP in Rajya Sabha  - The Economic Times

ମିଡିଆ ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ଅଟେ। ତାଙ୍କର ମାସିକ ଦରମା ଏବଂ ଆୟ ୧ କୋଟିରୁ ଅଧିକ ଏବଂ ବାର୍ଷିକ ଆୟ ୧୨ କୋଟିରୁ ଅଧିକ । ବର୍ତ୍ତମାନ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରହୁଛନ୍ତି। ଏହା ବ୍ୟତୀତ ଐଶ୍ୱର୍ଯ୍ୟାଙ୍କର ୨ଟି ଘର ଅଛି। ସେଥିମଧ୍ୟରୁ ଗୋଟିଏ ମୁମ୍ବାଇରେ ଏବଂ ଅନ୍ୟଟି ଦୁବାଇରେ । ଐଶ୍ୱର୍ଯ୍ୟାଙ୍କର ଅନେକ ବିଳାସପୂର୍ଣ୍ଣ ଗାଡିର କଲେକସନ ମଧ୍ୟ ଅଛି। ଯେଉଁଥିରେ ମର୍ସିଡିଜ୍ ବେଞ୍ଜ୍, ଅଡି ଏବଂ ମିନି କୁପର୍ ସାମିଲ।

ponniyin selvan: Aishwarya Rai Bachchan shines as Queen Nandini in  'Ponniyin Selvan' pic, fans go gaga - The Economic Times

ଅନ୍ୟପଟେ ଐଶ୍ଵର୍ଯ୍ୟା ଚଳଚ୍ଚିତ୍ରରୁ ପ୍ରାୟ ୬ କୋଟି ରୋଜଗାର କରନ୍ତି। ସେ ବ୍ରାଣ୍ଡ  ଏଣ୍ଡୋର୍ସମେଣ୍ଟ ପାଇଁ ୭ କୋଟି ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଐଶ୍‌ଙ୍କର ବ୍ୟକ୍ତିଗତ ବିନିଯୋଗ ହେଉଛି ୧୮୨ କୋଟି । ଗତ କିଛି ବର୍ଷ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ରୋଜଗାର ବୃଦ୍ଧି ପାଉଛି। ତାଙ୍କ ଆୟ ୨୦୧୭ ବର୍ଷରେ ୯କୋଟି, ୨୦୧୮ ରେ ୭ କୋଟି, ୨୦୧୯ରେ ୧୧ କୋଟି ଏବଂ ୨୦୨୦ରେ ୧୩ କୋଟି ଥିଲା।

10 Pictures Of Aishwarya Rai That Prove She Was Carved Out Of A Rock Of  Immortality

୨୦୦୪ ମସିହାରେ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କର ଫାଉଣ୍ଡେସନ ଆରମ୍ଭ କରିଥିଲେ। ଏହି ମାଧ୍ୟମରେ ସେ ଅନେକ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏହା ବ୍ୟତୀତ ଐଶ୍ୱର୍ଯ୍ୟା ସର୍ବାଧିକ ଟିକସ ଦେଉଥିବା ସେଲିବ୍ରେଟିମାନଙ୍କ ମଧ୍ୟରୁ ଅନ୍ୟତମ । ଶେଷଥର ପାଇଁ ଐଶ୍ୱର୍ଯ୍ୟା ୨୦୨୨ ମସିହାରେ ରିଲିଜ୍ ହୋଇଥିବା ପୋନିୟିନ୍ ସେଲଭାନ୍ ଫିଲ୍ମରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଐ ଶ୍ୱର୍ଯ୍ୟାଙ୍କ ସହ ତ୍ରିଶା କୃଷ୍ଣନ୍ ମୁଖ୍ୟ ଭୂମିକାରେ ଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ଐଶ୍ୱର୍ଯ୍ୟା ଫିଲ୍ମ ପୋନିୟିନ୍ ସେଲଭାନ୍ ପାର୍ଟ-୨ରେ ନଜର ଆସିବାକୁ ଯାଉଛନ୍ତି।

   Related Posts