ଅଲଗା ହେବେ ଅଭିଷେକ-ଐଶ୍ୱର୍ଯ୍ୟା ! ଅନନ୍ତ ଅମ୍ବାନୀଙ୍କ ବିବାହରେ ନଜର ଆସିଲେନି ଏକାଠି

Published By : Prameya-News7 Bureau | July 13, 2024 IST

ମୁମ୍ୱାଇ ୧୩/୦୭: ଅଲଗା ହେବେ କି ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଅଭିଷେକ-ଐଶ୍ୱର୍ଯ୍ୟା । ଚର୍ଚ୍ଚାରେ ଏମାନଙ୍କ ଛାଡପତ୍ର ଖବର । ବାରମ୍ୱାର ଏନେଇ ଗସିପ୍‌ ହେଉଥିବାବେଳେ ଉଭୟ କିନ୍ତୁ ଏନେଇ ମୁହଁ ଖୋଲୁନାହାଁନ୍ତି । ପୂର୍ବରୁ ବି ଅନେକ ବାର ସେମାନଙ୍କ ଅଲଗା ହେବାର ଖବର ନଜର ଆସେ । ଏବେ ପୁଣିଥରେ ସେମାନଙ୍କ ବୈବାହିକ ଜୀବନରେ କିଛି ଠିକ୍ ଚାଲିନଥିବା ଶୁଣିବାକୁ ମିଳୁଛି । 

ସୂଚନା ଥାଉକି, ନିଟକରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ବହୁ ବଲିଉଡ ସେଲିବ୍ରେଟି ସାମିଲ ହୋଇଥିଲେ । ଏହି ଉତ୍ସବରେ  ବଲିଉଡ ସହ ବହୁ ଟଲିଉଡ୍ କଳାକାର ବି ଗ୍ରାଣ୍ଡ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ନିମନ୍ତ୍ରଣ ରଖି ସାମିଲ ହୋଇଥିଲେ ବଚ୍ଚନ ପରିବାର । 




ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ କରିବାକୁ ଆସିଥିଲେ ବଚ୍ଚନ ଫ୍ୟାମିଲି । ଏହି ସମୟ ମଧ୍ୟରେ ପୁରା ବଚ୍ଚନ ପରିବାର ପାରମ୍ପାରିକ ପୋଷାକରେ ଦେଖାଯାଇଥିଲେ । ଯେଉଁ ଭିଡିଓରେ ଅମିତାଭ, ଜୟା ଅଭିଷେକ, ବିଗ୍ ବିଙ୍କ ଝିଅ ଶ୍ୱେତା ଏବଂ ତାଙ୍କ ଜ୍ୱାଇଁଙ୍କ ଆସିଥିଲେ । ନାତୁଣୀ ନଭ୍ୟା ନାଭେଲି ନନ୍ଦା ଏବଂ ନାତି ଅଗସ୍ତ୍ୟ ନନ୍ଦା ମଧ୍ୟ ନଜର ଆସିଥିଲେ ।




ତେବେ ଏହି ଉତ୍ସବରେ ନଜର ଆସିନଥିଲେ  ଐଶ୍ୱର୍ଯ୍ୟା ରାୟଙ୍କୁ ବଚ୍ଚନ । ଆସିଥିଲେ କିନ୍ତୁ ପରିବାର ସହ ନୁହେଁ, ବରଂ ମାଆ ଓ ଝିଅ ଅଲଗା ଆସିଥିଲେ ବିବାହ ଉତ୍ସବକୁ । ଯାହାକୁ ଦେଖିବା ପରେ ନେଟିଜେନ୍ସ କହିଲେଣି କଣ ପରିବାରର କିଛି ଠିକ୍ ଚାଲିନି । ବୋଧହୁଏ ଅଭିଷେକ-ଐଶ୍ୱର୍ଯ୍ୟା ଅଲଗା ହେବାକୁ ଯାଉଛନ୍ତି ।  ଦେଖିବାକୁ ମିଳିଥିଲା। ସେ ବଚ୍ଚନ ପରିବାର ସହିତ ପ୍ରବେଶ କରିନଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.