ଛାଡପତ୍ର ଆବେଦନ ପ୍ରତ୍ୟାହାର କରିବେ ଲାଲୁଙ୍କ ପୁଅ ତେଜ ପ୍ରତାପ, ଐଶ୍ବର୍ଯ୍ୟାଙ୍କ ସହ ରହିବେ ଏକାଠି !

Published By : Prameya-News7 Bureau | December 22, 2018 IST

ବିହାର ୨୨/୧୨- ପତ୍ନୀଙ୍କଠାରୁ ଅଲଗା ହେବାପାଇଁ ଅଦାଲତରେ ଆବେଦନ କରି ବିବାଦୀୟ ହୋଇପଡ଼ିଥିବା ଲାଲୁଙ୍କ ପୁଅ ତେଜପ୍ରତାପ ଚାହୁଁଛନ୍ତି ଘଟଣାର ସମାଧାନ । ସେ ଛାଡପତ୍ର ଆବେଦନ ପ୍ରତ୍ୟାହାର କରିବା ସହ ପତ୍ନୀଙ୍କ ସହ ଏକତ୍ର ରହିବା ପାଇଁ ଚାହୁଁଛନ୍ତି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଶେଷକରି ଏବିପି ନ୍ୟୁଜ୍ ଅଧିକ ଜୋରଦେଇ ଏବାବଦରେ ଖବର ପ୍ରକାଶ କରିଛି ।

{"id":66287}

ଲାଲୁଙ୍କ ପୁଅ ତେଜପ୍ରତାପ ଫେରାଇନେବେ ଛାଡପତ୍ର । ତାଙ୍କ ପତ୍ନୀଙ୍କ ସହ ବୁଝାବଣା ଭୂଲ କାରଣରୁ ସେମାନଙ୍କ ମଧ୍ୟରେ ମନାନ୍ତର ଥିଲା । ଏବେ ଆଉ କୌଣସି ଅସୁବିଧା ନାହିଁ, ଐଶ୍ଵର୍ଯ୍ୟାକୁ ପତ୍ନୀରୁପେ ପୁଣିଥରେ ଦେଖିବାକୁ ଚାହାଁନ୍ତି ବୋଲି ତେଜପ୍ରତାପ କହିଥିବା କଥା ଏବିପି ନ୍ୟୁଜ ପ୍ରକାଶ କରିଛି ।

{"id":66288}

ସେ ଐଶ୍ଵଯ୍ୟାଙ୍କ ଠାରୁ ବିବାହ ବନ୍ଧନରୁ ମୁକ୍ତହେବା ପାଇଁ ଛାଡ଼ପତ୍ର ଚାହୁଁଥିଲେ । ସେଥିପାଇଁ କୋର୍ଟରେ ଆବେଦନ କରିଥିଲେ । ତେବେ ଅପରପକ୍ଷରେ ଛାଡ଼ପତ୍ର ପାଇଁ କୋର୍ଟରେ ଦାଖଲ କରିଥିବା କାଗଜପତ୍ର କାହିଁକି  ଫେରାଇଆଣିବେ  ବୋଲି ସାମ୍ବାଦିକଙ୍କୁ ପ୍ରଶ୍ନ କରିଛନ୍ତି ତେଜପ୍ରତାପ । ବର୍ତ୍ତମାନ ସେ ଐଶ୍ଵର୍ଯ୍ୟା ସହ ଏକାଠି ରହିବାକୁ ଚାହୁଁଛନ୍ତି  କି ନାହିଁ କିଛି  ପ୍ରକାଶ କରିନାହାଁନ୍ତି ତେଜପ୍ରତାପ ।

{"id":66289,"width":591,"height":444}

 ଐଶ୍ଵର୍ଯ୍ୟାକୁ ତେଜପ୍ରତାପ ମେ ମାସ ୧୨ ତାରିଖରେ ବିବାହ କରିଥିଲେ । ଏହି ବିବାହ ଭୋଜିକୁ ରାମବିଲାଶ ପାଶ୍ଵାନ,ନୀତିଶ କୁମାର ସମେତ ବହୁତ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ । ଐଶ୍ଵର୍ଯ୍ୟାଙ୍କର ମଧ୍ୟଥିଲା ରାଜନୈତିକ ପରିବାର । ତାଙ୍କ ବାପା ଚନ୍ଦ୍ରିକା ରାୟ ରାଷ୍ଟ୍ରୀୟ ଜନତା ଦଳର ବର୍ତ୍ତମାନ ବିଧାୟକ ଅଛନ୍ତି । ୧୯୬୦ ଦଶକରେ  ଐଶ୍ଵର୍ଯ୍ୟାଙ୍କ ଦାଦା ଦାରୋଗା ରାୟ ବିହାରର ମୁଖ୍ୟମନ୍ତ୍ରୀ ଥିଲେ ।

ହେଲେ ଏକଥା କେତେ ସତ କେତେ ମିଛ ସମୟ କହିବ । ଗୋଟେ ପଟେ ଏବିପି ନ୍ୟୁଜ ଐଶ୍ଵର୍ଯ୍ୟା-ତେଜପ୍ରତାପ ଏକାଠି ରହିବା କଥା କହୁଥିବା ବେଳେ, ତେଜପ୍ରତାପ ଏଭଳି କିଛି ଘଟିନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.