ସୁଭାଷ ଘାଇଙ୍କ ଜନ୍ମଦିନ ପାର୍ଟିରେ ସଲମାନ ଏବଂ ଐଶ୍ଚର୍ଯ୍ୟା ହେଲେ ମୁହାଁମୁହିଁ : ଜାଣନ୍ତୁ ତା’ପରେ କଣ ହେଲା
27/01/2019 at 11:05 AM

ମୁମ୍ବାଇ ୨୭/୧: ବଲିଉଡରେ ସଲମାନଙ୍କ ଲଭଷ୍ଟୋରି କଥା ସମସ୍ତେ ଜାଣନ୍ତି। ସଲମାନଙ୍କ ପ୍ରେମରେ ସବୁ ଝିଅ ପାଗଳ। ସଲମାନଙ୍କ ଗର୍ଲଫ୍ରେଣ୍ଡ ତାଲିକା ବହୁତ ଲମ୍ବା। ବହୁତ ସୁନ୍ଦରୀ ଝିଅ ତାଙ୍କ ପ୍ରେମରେ ପଡ଼ିଛନ୍ତି। ଏପରି ଏକ ସମୟ ଥିଲା ଯେତେବେଳେ ବିଶ୍ବସୁନ୍ଦରୀ ଐଶ୍ଚର୍ଯ୍ୟା ରାୟଙ୍କ ସହ ମଧ୍ୟ ସଲମାନଙ୍କ ପ୍ରେମ ସମ୍ପର୍କ ଥିଲା। ବର୍ଷେ ପରେ ଯେତେବେଳେ ଦୁହେଁ ଦେଖା ହୁଅନ୍ତି ସେତେବେଳେ କେହି କାହା ମୁହଁକୁ ଚାହାନ୍ତି ନାହିଁ।
ନିକଟରେ ପୁଣି ଏପରି ହୋଇଛି। ନିକଟରେ ଫିଲ୍ମନିର୍ମାତା ସୁଭାଷ ଘାଇଙ୍କ ଜନ୍ମଦିନ ପାର୍ଟିରେ ଏକ୍ସ ଲଭର୍ସ ଦୁହେଁ ପରସ୍ପର ମୁହାଁମୁହିଁ ହୋଇଥିଲେ। ଦୁଇଜଣ ପାର୍ଟରେ ସାମିଲ ଥିଲେ ଏବଂ ଗୋଟିଏ ଛାତ ତଳେ ଉପସ୍ଥିତ ଥିଲେ। ଦୁଇ ଜଣ କିନ୍ତୁ ଦୂରତା ସ୍ଥାପନ କରିଥିଲେ। ଦୁଇ ଜଣ ଚାହିଁଲେ ମଧ୍ୟ ଦୂରେଇ ପାରୁନଥିଲେ। କାରଣ ପାର୍ଟରେ କେତେକ ଜଣାଶୁଣା ଲୋକ ଥିଲେ।
ଦୁଇଜଣ ପରସ୍ପରକୁ ଇଗ୍ନୋର କରୁଥିଲେ। ଉଭୟଙ୍କ ଏହି ଅଦ୍ଭୁତ ପରିସ୍ଥିତି ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ଅନୁଭବ କରି ପାରୁଥିଲେ। ପରେ ସେମାନେ ଅଲଗା ଅଲଗା ରାସ୍ତାରେ ବାହାରି ଯାଇଥିଲେ।