କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ ଅଭିଷେକ ଓ ଆରାଧ୍ୟାଙ୍କ ସହ ଫ୍ରାନ୍ସ ଅଭିମୁଖେ ଐଶ୍ବର୍ଯ୍ୟା, ଏୟାରପୋର୍ଟରେ ସ୍ପଟ୍ ହେଲେ ପୂଜା ହେଗଡେ

Published By : Prameya-News7 Bureau | May 17, 2022 IST

ମୁମ୍ବାଇ ୧୭।୫: କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ପ୍ରିମିୟରର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍ ହେଲେ ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନ । ପ୍ରତିଷ୍ଠିତ ଫିଲ୍ମ ଇଭେଣ୍ଟ ପାଇଁ ମୁମ୍ବାଇ ବିମାନବନ୍ଦରରୁ ବାହାରକୁ ଯାଉଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା । ଫ୍ରାନ୍ସ ଅଭିମୁଖେ ଯାତ୍ରା କରୁଥିବା ବେଳେ ବିମାନବନ୍ଦରରେ ପୂଜା ହେଗଡେଙ୍କୁ ମଧ୍ୟ ସ୍ପଟ୍ କରାଯାଇଥିଲା ।

ଐଶ୍ବର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନିୟମିତ ଯାଉଥିବାବେଳେ ଏଥର ତାଙ୍କ ସହ ତାଙ୍କ ଝିଅ ଏବଂ ସ୍ବାମୀ ଥିଲେ । ପୂଜା ହେଗଡେ ଚଳିତ ବର୍ଷ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ । ଅନ୍ୟ ଷ୍ଟାରମାନଙ୍କ ମଧ୍ୟରେ ହିନା ଖାନ୍, ନୟନତାରା, ତମନ୍ନା ଏବଂ ଅଦିତି ରାଓ ହୈଦରୀ ପ୍ରମୁଖ କାନ୍ସ ୨୦୨୨ରେ ଯୋଗଦେବେ ବୋଲି ଆଶା କରାଯାଉଛି ।

ନିକଟରେ ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରୀ ଡିନରରେ ଯୋଗ ଦେଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଅଭିଜ୍ଞତାର ଏକ ଝଲକ ଦେବା ପାଇଁ ଗତକାଲି ଇନଷ୍ଟାଗ୍ରାମରେ ଏକ ବ୍ଲଗ୍ ସେୟାର କରିଥିଲେ । ଭିଡିଓରେ ଦୀପିକା ଚଳିତ ବର୍ଷ କାନ୍ସ ଜୁରୀରେ ସାମିଲ ହୋଇଥିବାରୁ ଅତ୍ୟଧିକ ଉତ୍ସାହିତ ଥିବା ଜଣାପଡୁଥିଲା । ସେ ଏହା ମଧ୍ୟ ସେୟାର କରିଛନ୍ତି ଯେ, ଫ୍ରାନ୍ସକୁ ତାଙ୍କର ୧୧ ଘଣ୍ଟିଆ ବିମାନ ଯାତ୍ରା କିପରି ଥିଲା ।

କାନ୍ସ ଜୁରୀ ସଦସ୍ୟଙ୍କ ମଧ୍ୟରେ ଭିନ୍ସେଣ୍ଟ ଲିଣ୍ଡନ ଜୁରୀ ଅଧ୍ୟକ୍ଷ ଥିବାବେଳେ ରେବେକା ହଲ୍, ଅସଗର ଫରହାଦି, ଟ୍ରିଙ୍କା, ଲାଡଜ ଲି, ନୁମି ରୈପେସ୍, ଜେଫ୍ ନିକୋଲ୍ସ, ଜୋଆଚିମ୍ ଟ୍ରାୟର ଏବଂ ଦୀପିକା ପାଦୁକୋନ୍‌ଙ୍କ ପ୍ରତିଯୋଗିତା ସଦସ୍ୟ ଅଟନ୍ତି । ମେ’ ୨୮ରେ ଚଳିତ ବର୍ଷର ବିଜେତା ଘୋଷଣା କରିବେ ଜୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.