Jio ପରେ ଏବେ Airtel ଦେଲା ଝଟକା, ଏଣିକି ରିଚାର୍ଜ ପ୍ଲାନରେ ଆଉ ମିଳିବନି ଏହି ସୁବିଧା…

Published By : Prameya-News7 Bureau | November 16, 2022 IST

ନୂଆଦିଲ୍ଲୀ, ୧୬/୧୧: ଜିଓ ପରେ ଏବେ ଏୟାରଟେଲ୍ ମଧ୍ୟ ଏହାର ରିଚାର୍ଜ ପ୍ଲାନରୁ ଓଟିଟି ବେନିଫିଟ୍ ହଟାଇବା ଆରମ୍ଭ କରିଛି। କମ୍ପାନୀ ଡିଜନୀ+ହଟଷ୍ଟାର୍ ସବସ୍କ୍ରିପ୍ସନ ଥିବା ଅଧିକାଂଶ ପ୍ଲାନ୍‌ରୁ ସବସ୍କ୍ରିପସନ ଦେବା ବନ୍ଦ କରିଛି। ବର୍ତ୍ତମାନ ଏୟାରଟେଲର କେବଳ ଦୁଇଟି ପ୍ଳାନରେ ଡିଜନୀ+ହଟଷ୍ଟାର ସବସ୍କ୍ରିପସନ ମିଳୁଛି।

ପୂର୍ବରୁ ଜିଓ ଏହାର କିଛି ପ୍ଲାନରୁ ଡିଜନୀ ପ୍ଲସ୍ ହଟଷ୍ଟାର ବେନିଫିଟ୍‌କୁ ହଟାଇଥିଲା। ପରେ ସବୁ ରିଚାର୍ଜ ପ୍ଲାନରୁ ଡିଜନୀ+ ହଟଷ୍ଟାର ପ୍ଲାନକୁ ହଟାଇଥିଲା। ଏବେ ଏୟାରଟେଲ ମଧ୍ୟ ଏଭଳି କିଛି କରିପାରେ।

ତେବେ ବର୍ତ୍ତମାନ କମ୍ପାନୀ ୨ ଟି ପ୍ଲାନରେ ଡିଜନୀ+ହଟଷ୍ଟାର ସବସ୍କ୍ରିପସନ ମିଳୁଛି। ବର୍ତ୍ତମାନ ଏୟାରଟେଲ କେବଳ ୪୯୯ ଟଙ୍କା ଏବଂ ୩୩୫୯ ଟଙ୍କା ପ୍ଲାନ୍‌ରେ ଡିଜନୀ+ହଟଷ୍ଟାର ପ୍ଲାନ ରହିଛି।

୪୯୯ ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ଦୈନିକ ୨ ଜିବି ଡାଟା ମିଳିଥାଏ। ଏହାର ବୈଧତା ୨୮ ଦିନ ରହିଛି। ଏଥିରେ ତିନି ମାସର ଡିଜନୀ+ହଟଷ୍ଟାର ପ୍ଳାନ୍ ମିଳୁଛି।

ସେହିଭଳି ୩୩୫୯ ଟଙ୍କା ପ୍ଳାନରେ ରିଚାର୍ଜ ପ୍ଲାନରେ ଏଥିରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ମିଳିଥାଏ। ଅସୀମିତ କଲିଂ, ପ୍ରତିଦିନ ୨.୫ ଜିବି ଡାଟା ଏବଂ ୧୦୦ ଏସଏମଏସ ମିଳିଥାଏ। ଏଥିରେ ଆମାଜନ ପ୍ରାଇମ ଭିଡିଓ ମୋବାଇଲ ଭିଡିଓ ଏବଂ ଡିଜନୀ+ହଟଷ୍ଟାର ୧ ବର୍ଷ ପ୍ଲାନ ମିଳୁଛି।

ତେବେ ୧୮୧ ପ୍ଳାନ୍, ୩୯୯ ପ୍ଳାନ୍, ୫୯୯, ୮୩୯, ୨୯୯୯ ଟଙ୍କା ରିଚାର୍ଜ ପ୍ଳାନରେ ଓଟିଟି ସବସ୍କ୍ରିପସନ ମିଳିବନାହିଁ। ଏଣିକି ଆଉ ଏହି ପ୍ଳାନରେ ଆପଣଙ୍କୁ ଡିଜନୀ+ହଟଷ୍ଟାର ପ୍ଳାନ ମିଳିବନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.