ଦିଲ୍ଲୀ ୨୬/୧ : ଭାରତରେ ଇଣ୍ଟରନେଟର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି | ଏହା ଛଡା ପ୍ରତିଦିନ ନୂଆ ନୂଆ ଜ୍ଞାନ କୌଶଳ ମଧ୍ୟ ଅପଗ୍ରେଡ଼ ହେଉଛି | ଗ୍ରାହକଙ୍କ ପାଇଁ ଟେଲିକମ ବଜାରରେ ବଜେଟ ରିଚାର୍ଜ ପ୍ୟାକ ଉପଲବ୍ଧ | ସମସ୍ତ ଟେଲିକମ କମ୍ପାନୀ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ରିଚାର୍ଜ ପ୍ୟାକ ଲଞ୍ଚ କରୁଛନ୍ତି | ଗ୍ରାହକ ମଧ୍ୟ ଏହାର ଭଲ ଫାଇଦା ଉଠାଉଛନ୍ତି | ଯଦି ଆପଣ ମଧ୍ୟ ବଜେଟ ରିଚାର୍ଜ ପ୍ୟାକ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଜାଣନ୍ତୁ ଏୟାରଟେଲର କେତେକ ବଜେଟ ପ୍ୟାକ ବିଷୟରେ |
{"id":78315}
୧. ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୧୯୯ ଏୟାରଟେଲ ରିଚାର୍ଜ ପ୍ୟାକ ଆଣିଛି | ଏହି ପ୍ୟାକରେ କମ୍ପାନୀ ଗ୍ରାହକଙ୍କୁ ଅନଲିମିଟେଡ଼ ଲୋକାଲ ଏବଂ ଏସଟିଡି କଲ ସୁବିଧା ଯୋଗାଉଛି | ଏହାସହ ଦିନକୁ ୧.୫ ଜିବି ଡାଟା ମଧ୍ୟ ଦେଉଛି | ଏହାସହ ଦିନକୁ ୧୦୦ ଏସଏମଏସ ଫ୍ରି | ଏହି ପ୍ଲାନର ଅବଧି ୨୮ ଦିନ |
୨. ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୩୯୯ ଟଙ୍କାର ଏକ ପ୍ଲାନ ଆଣିଛି | ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ଅନଲିମିଟେଡ଼ କଲ ସାଙ୍ଗକୁ ଦିନକୁ ୧ ଜିବି ଡାଟା ଦେଉଛି | ଏହାସହ ଦିନକୁ ୧୦୦ ଏସଏମଏସ ଫ୍ରି | ଏହି ପ୍ଲାନର ଅବଧି ୮୪ ଦିନ |
୩. ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୪୪୮ ପ୍ଲାନ ଅଫର କରିଛି | ଏହି ପ୍ଲାନରେ କମ୍ପାନୀ ଗ୍ରାହକଙ୍କୁ ଦିନକୁ ୧.୫ଜିବି ଡାଟା ଏବଂ ଅନଲିମୀରଦ କଲ ସୁବିଧା ଦେଇଛି | ଏହାସହ ଦିନକୁ ୧୦୦ ଏସଏମଏସ ଫ୍ରି | ଏହି ପ୍ଲାନର ଅବଧି ୮୨ ଦିନ |
୪. ଏୟାରଟେଲ ଗ୍ରାହକଙ୍କ ପାଇଁ ଆଣିଛି ୧୮ ଟଙ୍କାର ରିଚାର୍ଜ ପ୍ୟାକ | ଏହି ପ୍ୟାକରେ କମ୍ପାନୀ ଗ୍ରାହକଙ୍କୁ ୧୦୦ ଏମବି ଡାଟା ସୁବିଧା ମଧ୍ୟ ଯୋଗାଉଛି | ଏହି ପ୍ୟାକର ଅବଧି ମାତ୍ର ୨ ଦିନ |
୫. ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୨୩ ଟଙ୍କାର ପ୍ଲାନ ମଧ୍ୟ ଆଣିଛି | ଏହି ପ୍ଲାନରେ ଦିନକୁ ୨୦୦ ଏମବି ଡାଟା ସହ ପ୍ରତି କଲକୁ ୦.୦୪ ପଇସା କଟିବ | ଏହି ପ୍ୟାକର ଅବଧି ମାତ୍ର ୨ ଦିନ |