ଆସିଲା ଏୟାରଟେଲ୍ର ୪ଟି ନୂଆ ଅନ୍ତର୍ଜାତୀୟ ପ୍ଲାନ୍, ଡାଟା ଓ କଲିଂ ଲାଗି ରହିଛି ଏହି ସବୁ ସୁବିଧା
13/02/2020 at 8:59 PM

ଟେଲିକମ୍ ସେକ୍ଟରରେ କମ୍ପାନୀମାନଙ୍କ ସେବା ଓ ସୁବିଧା ପ୍ରଦାନ ଲାଗି ପ୍ରତିଯୋଗୀତା ଗ୍ରାହକଙ୍କୁ ବେଶ ଉପକୃତ କରୁଛି। ଏଥିରେ ଭାରତୀ ଏୟାରଟେଲ ପୁଣି ଏକ ନୂଆ ପ୍ଲାନ୍ ଲଞ୍ଚ କରିଛନ୍ତି। ଏଥିରେ ଗ୍ରାହକଙ୍କ ଲାଗି ୪ଟି ନୂଆ ଇଣ୍ଟରନ୍ୟାସନାଲ ରୋମିଂ ରିଚାର୍ଜ ପ୍ଲାନ୍ ବଜାରକୁ ଆସିଛି। ଏୟାରଟେଲର ଏହିସବୁ ପ୍ଲାନ୍ ୬୪୮, ୭୫୫, ୭୯୯ଓ ୧୧୯ ଟଙ୍କାରେ ଉପଲବ୍ଧ ହେବ। ପ୍ଲାନ୍ ଗୁଡିକ ସମ୍ପର୍କରେ ଏୟାରଟେଲ୍ ଅଫିସିଆଲ୍ ୱେବ୍ ସାଇଟ୍ରେ ଡାଟା ଓ କଲିଂ ସୁବିଧା ନେଇ ବିସ୍ତୃତ ସୂଚନା ବି ଦିଆଯାଇଛି।

୬୪୮ ଟଙ୍କା ପ୍ଲାନ୍ରେ ଏୟାର ଟେଲ୍ ବିନା ମୂଲ୍ୟର ଅନ୍ଲିମିଟେଡ୍ ଇନ୍କମିଂ କଲ୍ସ ସାଙ୍ଗକୁ ଲୋକଲ୍ କଲିଂ ଓ ଭାରତକୁ ୧୦୦ ମିନିଟ୍ର ଆଉଟ୍ ଗୋଇଙ୍ଗ କଲିଂ ଫ୍ୟାସେଲିଟି ମିଳିବ। ଏହା ସହ ଏଥିରେ ୫୦୦ ଏମବି ଫ୍ରି ଡାଟା ୧୦୦ SMS ସୁବିଧା ବି ଉପଲବ୍ଧ ହେବ । ଏହି ପ୍ଲାନ୍ଟି ଦିନିକିଆ ଭାଲିଡିଟିରଓ ଏହା ଇଜିପ୍ଟ , ଫ୍ରାନ୍ସ ଓ ଇଣ୍ଡୋନେସିଆ ଭଳି ଦେଶ ଗୁଡ଼ିକ ଲାଗି ଉପଲବ୍ଧ ହେବ।

ଏହାପଛକୁ ରହିଛି ୭୫୫ ଟଙ୍କିଆ ପ୍ଲାନ୍। ଏହା କେବଳ ଏକ ଇଣ୍ଟରନେଟ୍ ପ୍ଲାନ୍ । ଏଥିରେ ୫ଦିନର ସମୟ ଅବଧି ସହ ୧ଜିବି ଡାଟା ମିଳିବ । ଏଥିରେ କୌଣସି କଲିଂ ଓ SMSର ସୁବିଧା ମିଳିବ ନାହିଁ । ଏହି ପ୍ଲାନ୍ ମେକ୍ସିକୋ, ନେପାଳ ଓ ନ୍ୟୁଜିଲାଣ୍ଡ ଭଳି ଦେଶ ପାଇଁ ଲାଗୁ । ଏୟାରଟେଲ୍ର ୭୯୯ଟଙ୍କିଆ ପ୍ଲାନରେ ରହିଛି ଭାରତ ଭିତରେ କଲିଂ ସୁବିଧା । ଇନ୍କମିଂ କଲ୍ ଓ ଫ୍ରି ଲୋକଲ୍ ଆଉଟ୍ ଗୋଇଙ୍ଗ କଲ୍ସ ପାଇଁ ୧୦୦ ମିନିଟ୍ ମିଳିବ । ଏହି ପ୍ଲାନ୍ର ଭାଲିଡିଟି ୩୦ ଦିନର ଅଟେ । ଏହି ପ୍ଲାନ୍ ୟୁଏସ୍ କାନାଡ଼ା ଓ ଚୀନ୍ ଭଳି ଦେଶ ଗୁଡ଼ିକରେ ଉପଲବ୍ଧ ହେବ । ଏହାସହ ଏୟାରଟେଲର ନୂଆ ୧ହଜାର ୧୯୯ ଟଙ୍କିଆ ପ୍ଲାନ୍ରେ ରହିଛି ୩୦ ଦିନର ଭାଲିଡିଟି ସହ ଏଥିରେ ଆଉଟ୍ ଗୋଇଂ କଲ୍ସ ଓ ଇନ୍କମିଂ କଲ୍ସ ପାଇଁ ୧୦୦ ମିନିଟ୍ ଫ୍ରି।