ନୂଆ ପ୍ରି-ପେଡ୍ ପ୍ଲାନ୍ ଲଞ୍ଚ୍ କଲା ଏୟାରଟେଲ୍ ; ଜାଣନ୍ତୁ ଗ୍ରାହକଙ୍କୁ କଣ ଫାଇଦା ମିଳିବ

Published By : Prameya-News7 Bureau | January 16, 2019 IST

ଏୟାରଟେଲ୍ ତାର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ପ୍ରି-ପେଡ୍ ପ୍ଲାନ୍ । ଅନ୍ୟ ପ୍ରୋଭାଇଡର ନିକଟକୁ ଚାଲିଯାଇଥିବା ଏୟାରଟେଲର ଗ୍ରାହକଙ୍କୁ ପୁଣି ଥରେ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏହି ପ୍ରି-ପେଡ୍ ପ୍ଲାନ୍ ଲଞ୍ଚ୍ କରାଯାଇଛି । ଏୟାରଟେଲ୍ ର ଏହି ପ୍ରି-ପେଡ୍ ପ୍ଲାନ୍ ର ମୂଲ୍ୟ ୨୮୯ ଟଙ୍କା ରହିଛି । ଏୟାରଟେଲର ଏହି ପ୍ରି-ପେଡ୍ ପ୍ଲାନ ନିଟକରେ ଭୋଡାଫୋନ୍ ଲଞ୍ଚ୍ କରିଥିବା ୨୭୯ ଟଙ୍କିଆ ପ୍ଲାନ୍ କୁ ଟକ୍କର ଦେବ ବୋଲି ଅନୁମାନ କରାଯାଉଛି । ଏୟାରଟେଲର ଏହି ପ୍ଲାନ୍ ଦିଲ୍ଲୀ ମୁମ୍ବାଇ ଭଳି ମେଟ୍ରୋ ସହରକୁ ଛାଡି ସମସ୍ତ ସର୍କଲ ପାଇଁ ଉଦ୍ଦିଷ୍ଟ ରହିଛି । ତେବେ ଏହି ପ୍ଲାନ୍ ରେ ଗ୍ରାହକ କଣ କଣ ଫାଇଦା ପାଇପାରିବେ ଆସନ୍ତୁ ଜାଣିବା ।

{"id":74513}

ଏୟାରଟେଲ୍ ର ନୂଆ ୨୮୯ ଟଙ୍କିଆ ପ୍ଲାନ୍ ରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ସହ ପ୍ରତ୍ୟେକ ଦିନ ୨ଜି/୩ଜି/୪ଜି ଡାଟା ମଧ୍ୟ ମିଳିବ । ଏହି ପ୍ଲାନ୍ ରେ ପ୍ରତ୍ୟେକ ଦିନ ୧୦୦ ଏସଏମଏସ ମଧ୍ୟ ଗ୍ରାହକମାନେ ପାଇପାରିବେ । ଏହି ପ୍ଲାନ୍ ର ବୈଧତା ୪୮ ଦିନ ରହିଛି । ଭୋଡାଫୋନ୍ ର ୨୭୯ ଟଙ୍କିଆ ପ୍ଲାନ୍ ୮୪ ଦିନର ବୈଧତା ସହ ଉପଲବ୍ଧ ରହିଛି । ଏହି ପ୍ଲାନ୍ ଅନୁସାରେ ଗ୍ରାହକମାନେ ରୋମିଂ ବେଳେ ଫ୍ରି ଇନକମିଙ୍ଗ୍ ସହ ଅନଲିମିଟେଡ୍ ଆଉଟଗୋଇଙ୍ଗ କଲିଂ ମଧ୍ୟ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.