ଏୟାରଟେଲ୍ ଲଞ୍ଚ କଲା ୩୬୫ଦିନର ବୈଧତା ଥିବା ପ୍ରିପେଡ ପ୍ଲାନ୍ : ଜାଣନ୍ତୁ କ’ଣ ମିଳିବ ଫାଇଦା
22/01/2019 at 12:45 PM

ନୂଆଦିଲ୍ଲୀ ୨୨/୧: ଆପଣମାନେ ସମସ୍ତେ ଜାଣିଥିବେ ଯେ ସର୍ବପ୍ରଥମେ ରିଲାଏନ୍ସ ଜିଓ ବାର୍ଷିକ ପ୍ୟାକ୍ ଅର୍ଥାତ୍ ୩୬୫ଦିନର ବୈଧତା ଥିବା ପ୍ଲାନ୍ ଲଞ୍ଚ କରିଥିଲା। ଏହାପରେ ବିଏସଏନଏଲ୍ ,ଭୋଡ଼ାଫୋନ୍ ଏବଂ ଆଇଡିଆ ମଧ୍ୟ ବାର୍ଷିକ ପ୍ଲାନ୍ ଲଞ୍ଚ କରିଥିଲା ଏବଂ ଏବେ ଏହି ତାଲିକାରେ ଏୟାରଟେଲ୍ ମଧ୍ୟ ସାମିଲ ହୋଇଯାଇଛି। ଭାରତୀ ଏୟାରଟେଲ୍ ଆଜି ୩୬୫ଦିନର ବୈଧତା ଥିବା ପ୍ରିପେଡ ପ୍ଲାନ୍ ଲଞ୍ଚ କରିଛି ଯେଉଁଥିରେ ଡାଟା ବେନେଫିଟ୍,କଲିଙ୍ଗ୍ ଏବଂ ଏସଏମଏସର ସୁବିଧା ମଧ୍ୟ ମିଳିବ। ଆସନ୍ତୁ ଜାଣିବା ଏୟାରଟେଲର ଏହି ନୂଆ ପ୍ଲାନ୍ ବିଷୟରେ

ରିଲାଏନ୍ସ ଜିଓ ଭଳି ଏୟାରଟେଲ୍ ମଧ୍ୟ ଏହି ବାର୍ଷିକ ପ୍ରିପେଡ୍ ପ୍ଲାନ୍ ୧୬୯୯ଟଙ୍କାରେ ଲଞ୍ଚ କରିଛି। ଏହି ପ୍ଲାନରେ ଦିଆଯାଇଥିବା ବେନେଫିଟ୍ ବିଷୟରେ ଯଦି ଆମେ କହିବା ତେବେ ଏଥିରେ ଏୟାରଟେଲ୍ ପ୍ରତିଦିନ ୧ଜିବି ହାଇ ସ୍ପିଡ ୨ଜି/୩ଜି/୪ଜି ଡାଟା ପ୍ରଦାନ କରିବ ଏବଂ ଆପଣ ଅନଲିମିଟେଡ ଲୋକାଲ୍ କଲ୍,ଏସଟିଡି ଏବଂ ରୋମିଙ୍ଗ୍ କଲ୍ କରିପାରିବେ। ଏହା ସହିତ ପ୍ରତିଦିନ ୧୦୦ଟି ଏସଏମଏସର ସୁବିଧା ମଧ୍ୟ ମିଳିବ। ୩୬୫ଦିନର ବୈଧତା ଥିବା ଏହି ପ୍ଲାନ୍ ବର୍ତ୍ତମାନ କେତେକ ସ୍ଥାନରେ ଉପଲବ୍ଧ କରାଯାଇନାହିଁ।

ଏହି ପ୍ଲାନ୍ ତୁଳନାରେ ଜିଓର ପ୍ଲାନ୍ ଅଧିକ କାମ ଦେଉଛି କାରଣ ଏୟାରଟେଲରେ ପ୍ରତିଦିନ ୧ଜିବି ଡାଟା ମିଳିବା ବେଳେ ଜିଓରେ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ। ଏବଂ ଜିଓରେ ନେଟ୍ ସରିଯିବା ପରେ ମଧ୍ୟ ନେଟ୍ ବନ୍ଦ ହୋଇନଥାଏ,୬୪କେବିପିଏସ୍ ସ୍ପିଡରେ ଚାଲିଥାଏ।