ଏୟାରଟେଲ ଲଞ୍ଚ କଲା ନୂଆ ରିଚାର୍ଜ ପ୍ଲାନ, ମିଳିବ Disney+ Hotstar VIP ସବସ୍କ୍ରିପସନ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧/୦୮ : ଭାରତୀୟ ଟେଲିକମ କମ୍ପାନୀ ଏୟାରଟେଲ ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି ଯାହାର ମୂଲ୍ୟ ୪୪୮, ୪୯୯,୫୯୯, ୨୬୯୮ ଟଙ୍କା | ଏହି ପ୍ରିପେଡ଼ ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ Disney+ Hotstar VIP ସବସ୍କ୍ରିପସନ ସହ ଡାଟା ଏବଂ ଭଏସ କଲିଂ ସୁବିଧା ମିଳିବ | ଏହା ଛଡା ଉପଭୋକ୍ତାଙ୍କୁ ଏହି ଦୁଇଟି ପ୍ଲାନରେ ଏୟାରଟେଲ ତରଫରୁ ଏଡିସନାଲ ବେନିଫିଟ ମଧ୍ୟ ମିଳିବ | ଏୟାରଟେଲ ୪ ମାସ ପୂର୍ବରୁ ୪୦୧ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଥିଲା ଯେଉଁଥିରେ ଉପଯୋଗକରିଙ୍କୁ Disney+ Hotstar ର ଏକ ବର୍ଷର ସଦସ୍ୟତା ଫ୍ରିରେ ଦିଆଯାଇଥିଲା |

ଏୟାରଟେଲ ପ୍ରିପେଡ଼ ୟୁଜର୍ସ ବର୍ତ୍ତମାନ ଏୟାରଟେଲ ଏବଂ ଏୟାରଟେଲ ଥ୍ୟାଙ୍କ୍ସ ଆପ ଦୁଇଟି ପ୍ଲାନ ଆକ୍ଟିଭ କରିପାରିବେ | ଭିଆଇପି ସଦସ୍ୟତାରେ ୭ ମଲ୍ଟିପ୍ଲେକ୍ସ ବ୍ଲକବଷ୍ଟର, ଡିଜ୍ନି +ଶୋ/ଫିଲ୍ମ/ଶିଶୁଙ୍କ ଶୋ, ଏକ୍ସକ୍ଲୁସିଭ ହଟଷ୍ଟାର ସ୍ପେଶାଲ, ଭାରତୀୟ ଟିଭି ଶୋ'ର ନୂଆ ଏପିସଦ ସାମିଲ ରହିଛି |

ଉପଭୋକ୍ତାଙ୍କୁ ଏୟାରଟେଲର ନୂଆ ୪୪୮ ପ୍ଲାନରେ Disney+ Hotstar VIP ସବସ୍କ୍ରିପସନ ଛଡା ଏୟାରଟେଲ ପ୍ରିପେଡ଼ ପ୍ଲାନ ଅନଲିମିଟେଡ଼ ଲୋକାଲ, ଏସଟିଡି, ରୋମିଙ୍ଗ କଲ, ପ୍ରତିଦିନ ୧୦୦ ଏସଏମଏସ ଏବଂ ୨୮ ଦିନ ପାଇଁ 3GB ହାଇ-ସ୍ପିଡ଼ ଡାଟା ଏକ୍ସେସ ସହ ୨୮ ଦିନ ବୈଧତା ରହିଛି |

୪୯୯ ପ୍ଲାନରେ Disney + Hotstar VIP ସବସ୍କ୍ରିପସନ ସହ ୪୪୮ ପ୍ଲାନ ଭଳି ସୁବିଧା ମିଳେ | ଏହାକୁ ବିଶେଷ ଭାବେ ଫାଷ୍ଟ ଟାଇମ ରିଚାର୍ଜ ଭାବେ ଡିଜାଇନ କରାଯାଇଛି ଏବଂ କେବଳ ନୂଆ ଏୟାରଟେଲ ପ୍ରିପେଡ଼ ଗ୍ରାହକଙ୍କ ପାଇଁ ଉପଲବ୍ଧ |

୫୯୯ ପ୍ଲାନରେ ଉପଭୋକ୍ତାଙ୍କୁ Disney+ Hotstar VIP ସବସ୍କ୍ରିପସନ ମିଳିବ | ଏହାସହ ୟୁଜର୍ସଙ୍କୁ ଏହି ପ୍ଲାନରେ 2GB ଡାଟା ସହ 100SMS ସୁବିଧା ରହିଛି | ଏହି ପ୍ଲାନରେ ଅନଲିମିଟେଡ଼ କଲିଂ ସୁବିଧା ମଧ୍ୟ ଦିଆଯାଇଛି | ଏହି ପ୍ଲାନର ବୈଧତା ୫୬ ଦିନ |

୨୬୯୮ ପ୍ଲାନରେ ବର୍ଷେ ପାଇଁ Disney+ Hotstar VIP ସବସ୍କ୍ରିପସନ ଦେଇଛି | ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ 2GB ଡାଟା ମିଳିବ | ଏହାସହ ଏଥିରେ ଦିନକୁ 100SMS ସୁବିଧା ମଧ୍ୟ ଦିଆଯାଇଛି | ଏହି ପ୍ଲାନର ବୈଧତା ୩୬୫ ଦିନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.