ନୂଆଦିଲ୍ଲୀ୨୦|୯: ଗ୍ରାହକଙ୍କ ପାଇଁ ଏୟାରଟେଲ ଡିଜିଟାଲ ଟିଭି ଦମଦାର ଅଫର ଆଣିଛି। ଟେଲିକମ, ବ୍ରଡବ୍ୟାଣ୍ଡ ଓ ଡିଟିଏଚ ଇଣ୍ଡଷ୍ଟ୍ରିରେ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି। ଏହି ରେସରେ ସବୁ କମ୍ପାନୀ ନିଜର ସବୁଠାରୁ ଭଲ ଅଫର ଗ୍ରାହକଙ୍କୁ ପାଖରେ ପହଞ୍ଚାଉଛନ୍ତି। କୌଣସି ଅପରେଟର ନିଜ ଉପଭୋକ୍ତାଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ନାହାନ୍ତି।
ଏହି ରେସରୁ ଏୟାରଟେଲ ଡିଜିଟାଲ ଟିଭି ବାଦ ପଡ଼ି ନାହିଁ। ଗ୍ରାହକଙ୍କ ପାଇଁ ଏୟାରଟେଲ ନୂଆ ଅଫର ଆଣିଛି। ଏୟାରଟେଲର ନୂଆ ସେଟ୍ଟପ ବକ୍ସକୁ ଅପଗ୍ରେଡ କରିବା ବଦଳରେ ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହାସହ ନୂଆ ଏସଟିଭି ଉପରେ ମଧ୍ୟ ଅଫର ଦିଆଯାଇଛି। ଏଲଜି ସ୍ମାର୍ଟ ଗ୍ରାହକଙ୍କ ପାଇଁ କମ୍ପାନୀ ଏକ ନୂଆ ଅଫର ବାହାର କରିଛନ୍ତି। ଅଫରରେ ୬ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫ୍ରିରେ ସୁବିଧା ମଳିବ।
ଟେଲିକମର ରିପୋର୍ଟ ଅନୁସାରେ, ଏହି ଅଫର ଏଲଜି ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେଉଛି। ଏହା କେବଳ ସୀମିତ ସମୟ ପାଇଁ ରହିଛି। ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି। ଏହି ସମୟ ଭିତରେ ଗ୍ରାହକ ଫାଇଦା ଉଠାଇ ପାରିବେ।
ଏୟାରଟେଲ ଡିଜିଟାଲ ଟିଭି ଅଫର
ଏହି ଅଫରରେ ଉପଭୋକ୍ତାଙ୍କୁ ବହୁ ସୁବିଧା ମିଳିବ। ୬ ମାସପରେ ସ୍ପୋର୍ଟସ ପ୍ୟାକ ସହ ୨୫ ଶହ ଟଙ୍କାରେ ଏଚଡି ଲାଇଟ୍ ପ୍ୟାକ ସାମିଲ ରହିଛି। ୩୪୯୯ ଟଙ୍କାରେ ପ୍ଲାନ ବ୍ୟବହାର କଲେ ଗ୍ରାହକଙ୍କୁ ୬ ମାସ ପାଇଁ ୧୪୯୯ ଟଙ୍କାର ରିହାତି ମିଳିବ। ଏହା ସହ ଏୟାରଟେଲ ଡିଜିଟାଲ ଟିଭିର ସବସ୍କ୍ରାଇବର୍ସଙ୍କୁ ପ୍ରତି ଆକ୍ଟିଭେସନ ସହ ବିଭିନ୍ନ ପ୍ରକାର ଆସେସରିଜ ମିଳିବ। ଏୟାରଟେଲ ଡିଜିଟାଲ ଟିଭିର ଓ୍ବେବସାଇଟ୍ରେ ଅଫର୍ସ ସଂପର୍କରେ ସୂଚନା ଦିଆଯାଇଛି।