୪ ବର୍ଷ ପରେ ପ୍ରଥମ ଥର Jioକୁ ଏହି ମାମଲାରେ ଟପିଛି Airtel, VIକୁ ନାପସନ୍ଦ କରିଛନ୍ତି ଗ୍ରାହକ
4/12/2020 at 7:46 PM

ନୂଆଦିଲ୍ଲୀ ୦୪/୧୨: ୪ ବର୍ଷରେ ପ୍ରଥମ ଥର ଏୟାରଟେଲ୍କୁ ବଡ଼ ସଫଳତା ମିଳିଛି। ଭାରତୀୟ ବଜାରରେ ଧୁମ୍ ମଚାଇଥିବା ରିଲାଏନ୍ସ ଜିଓକୁ ଟପିଛି ଏୟାରଟେଲ୍। ମାସିକ କନେକ୍ସନ ମାମଲାରେ ଏହାରଟେଲ୍ ଜିଓକୁ ପଛରେ ପକାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ (ଟ୍ରାଇ) ଜାରି କରିଥିବା ରିପୋର୍ଟରେ ଏନେଇ ସୂଚନା ମିଳିଛି।
ଟ୍ରାଇର ରିପୋର୍ଟ ଅନୁସାରେ ସପ୍ଟେମ୍ବର ମାସରେ ଏୟାରଟେଲ୍ ଗ୍ରାହକଙ୍କ ସଂଖ୍ୟା ଜିଓଠାରୁ ଅଧିକ ରହିଛି। ଏୟାରଟେଲ୍ ମୋଟ ୩୭.୭ ମିଲିୟନ୍ ଲକ୍ଷ କନେକ୍ସନ ଯୋଡ଼ିଛି। ଏହା ସହ ଜିଓ ୧୪.୬ ଲକ୍ଷ ଓ ସରକାରୀ ଟେଲିକମ୍ ସଂସ୍ଥା ବିଏସ୍ଏନଏଲ୍ ୭୮.୪୫୪ ନୂଆ ଗ୍ରାହକ ଯୋଡ଼ିଛନ୍ତି। ବାଣିଜ୍ୟକ ପରିଚାଳନା ଆରମ୍ଭ ବେଳେ ଜିଓ ସହ ୧.୫୯ କୋଟି ଗ୍ରାହକ ଯୋଡ଼ି ହୋଇଥିଲେ।
ଅନ୍ୟପଟେ ଭୋଡାଫୋନ୍ ଆଇଡିଆ, ଏମଟିଏନଏଲ୍ ଓ ରିଲାଏନ୍ସ କମ୍ୟୁନିକେସନ୍ସ ନିଜର ଗ୍ରାହକ ହରାଇଛନ୍ତି। ଭୋଡାଫୋନ୍ ଆଇଡିଆ ସବୁଠୁ ଅଧିକ ୪୬.୫ ଲକ୍ଷ ଗ୍ରାହକ ହରାଇଛି। ଏମଟିଏନ୍ଏଲ୍ ୫,୭୮୪ ଓ ରିଲାଏନ୍ସ କମ୍ୟୁନିକେସନ୍ସକୁ ୧,୩୨୪ ଗ୍ରାହକ ଛାଡ଼ିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜିଓ ପାଖରେ ଏବେ ୪୦.୪୧ କୋଟି ଗ୍ରାହକ ଥିବା ବେଳେ ଏୟାରଟେଲ୍ ପାଖରେ ମୋଟ ୩୨.୬୬ କୋଟି ଗ୍ରାହକ ଅଛନ୍ତି। ୨୯.୫୪ କୋଟି ଗ୍ରାହକଙ୍କ ସହ ଭୋଡାଫୋନ୍ ଆଇଡିଆ ତୃତୀୟ ସ୍ଥାନରେ ରହିଛି। ବିଏସଏନ୍ଏଲ୍ ପାଖରେ ମୋଟ ୧୧.୮୮ କୋଟି କନ୍କେ୍ସନ ରହିଥିବା ବେଳେ ଏମଟିଏନଏଲ୍ ପାଖରେ ମୋଟ ୩୩.୩ ଲକ୍ଷ କନେକ୍ସନ ରହିଛି। ସେପ୍ଟେମ୍ବର ସୁଦ୍ଧା ମିଳିଥିବା ଡାଟା ଅନୁସାରେ ଦେଶରେ ମୋଟ କନେକ୍ସନ ୧୧୬.୮୬ କୋଟି ରହିଛି।